fbpx

ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ: ଜାଣନ୍ତୁ ଏହି ନେତାଙ୍କ ସମ୍ପର୍କରେ

Advertisement

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାରଙ୍କ କ୍ୟାବିନେଟ ସଂପ୍ରସାରଣରେ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ୍ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏକଦା ସରପଞ୍ଚ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ କପିଲ୍ । ଭିୱାଣ୍ଡିର ସାଂସଦ ରହିଥିବା କପିଲ ପାଟିଲ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ସହିତ ଏକ ନିଆରା ରେକର୍ଡ କରିଛନ୍ତି ।

ଭିୱାଣ୍ଡି ତାଲୁକାର ଦିଭେ ଅଞ୍ଜୁର ଜିଲ୍ଲାରୁ ସରପଞ୍ଚ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ପାଟିଲ । ଏହାପରେ ନିଜ ପରିଶ୍ରମ ବଳରେ ପଞ୍ଚାୟତ ସମିତି ସଦସ୍ୟ, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ମୁଖ୍ୟ ମଧ୍ୟ ହୋଇଥିଲେ । ମୁମ୍ବାଇ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ଭାବରେ ମଧ୍ୟ ପାଟିଲ କାମ କରିଛନ୍ତି । ୨୦୧୪ରେ ଏନସିପି ଛାଡି ବିଜେପି ହାତ ଧରିଥିଲେ ପାଟିଲ । ଏହାପରେ କ୍ରମାଗତ ସାଂସଦ ହେବା ସହିତ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି ପାଟିଲ । ପାଟିଲଙ୍କୁ ମନ୍ତ୍ରୀପଦ ଦେଇ ଓବିସି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛି ବିଜେପି ।

Get real time updates directly on you device, subscribe now.