fbpx
BJD SKY
BJD SKY

ଶ୍ରାବଣ ପୂର୍ଣ୍ଣିମାରେ କରନ୍ତୁ ଏହି କାମ: ମିଳିବ ପିତୃ ପୁରୁଷଙ୍କ ଆର୍ଶିବାଦ

BJD

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା, ସଂକ୍ରରାନ୍ତି ଆଦି ତିଥିର ଅନେକ ମହତ୍ତ୍ୱ ଓ ଗୁରୁତ୍ୱ ରହିଥାଏ । ଏହି ଦାନ ଦକ୍ଷିଣା, ପୂଜା ପାଠ ପରି କାର୍ଯ୍ୟ କରାଯାଇଥାଏ । କିନ୍ତୁ ଶ୍ରାବଣ ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ଯଦି ଆପଣ କିଛି ଭଲ କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କୁ ଭଗବାନଙ୍କ ସହିତ ପୂର୍ବପୁରୁଷଙ୍କ ଆର୍ଶୀବାଦ ମଧ୍ୟ ମିଳିଥାଏ । ଏଥି ସହିତ ପିତୃଦୋଶରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଶ୍ରାବଣ ପୂର୍ଣ୍ଣିମାରେ କେଉଁ କାର୍ଯ୍ୟ କରିବା ଉଚିତ୍ ।

ଶ୍ରାବଣ ପୂର୍ଣ୍ଣମା ଦିନ କରନ୍ତୁ ଏହି କାମ:
ଭଗବାନଙ୍କୁ ରକ୍ଷାସୂତ୍ର ଅର୍ପଣ କରନ୍ତୁ: ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ । ଏହି ଦିନ ଆପଣ ଭଗବାନଙ୍କୁ ପ୍ରଥମେ ରକ୍ଷାସୂତ୍ର ଅର୍ପଣ କରନ୍ତୁ । ଏହାପରେ ସେହି ରକ୍ଷାସୂତ୍ରକୁ ଆଣି ନିଜ ହାତରେ ବାନ୍ଧନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ ଆର୍ଶୀବାଦ ରହିବା ସହ ଆପଣ ସବୁ ବିପଦରୁ ଦୂରେଇ ରହିବେ ।

ଦାନ ଦ୍ୱାରା ଦୁର ହେବ ଚନ୍ଦ୍ରଦୋଷ: ଶ୍ରାବଣ ପୂର୍ଣ୍ଣିମା ଦିନ ଗରିବ ଓ ଅସହାୟ ଲୋକଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ । ଏହି ଦିନ ବ୍ରାହ୍ମଣମାନଙ୍କୁ ମଧ୍ୟ ଭୋଜନ କରାଇବା ଅତ୍ୟନ୍ତ ଶୁଭ ହୋଇଥାଏ । କୁହାଯାଏ ଯେ ଶ୍ରାବଣ ପୂର୍ଣ୍ଣିମା ଦିନ ଚନ୍ଦ୍ରଦେବ ତାଙ୍କର ପୂର୍ଣ୍ଣ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ଏହି କାରଣରୁ ଚନ୍ଦ୍ରଦେବ ଏହି ଦିନ କରାଯାଉଥିବା ପୂଜାପାଠରେ ସନ୍ତୁଷ୍ଟ ହୋଇଥାନ୍ତି । ଏବଂ ଚନ୍ଦ୍ର ଦୋଷରୁ ମୁକ୍ତି କରନ୍ତି ।

ଶ୍ରାବଣ ପୂର୍ଣ୍ଣିମାରେ ନୂଆ ପଇତା ପିନ୍ଧିବାର ମହତ୍ତ୍ୱ: ଶ୍ରାବଣ ପୂର୍ଣ୍ଣିମା ବ୍ରାହ୍ମଣମାନଙ୍କ ପାଇଁ ମଧ୍ୟ ବହୁତ ଭଲ ଦିନ ହୋଇଥାଏ । ଏହି ଦିନ ସେମାନେ ପୁରୁଣା ପଇତା ବାହାର କରି ନୂଆ ପଇତା ପିନ୍ଧନ୍ତି । କାରଣ ଶ୍ରାବଣ ପୂର୍ଣ୍ଣିମା ଦିନ ନୂଆ ପଇତା ପିନ୍ଧିବା ପାଇଁ ସବୁଠାରୁ ଉତ୍ତମ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ମନ, ବଚନ ଓ କର୍ମରେ ପବତ୍ରତାର ସଂକଳ୍ପ ନେଇ ନୂଆ ପଇତା ପିନ୍ଧିବା ଦ୍ୱାରା ଉଭୟ ଭଗବାନ ଓ ପିତୃପୁରୁଷ ଖୁସି ହୋଇ ଆର୍ଶୀବାଦ ଦେଇଥାନ୍ତି ।

ଏହି ମନ୍ତ୍ର ଦ୍ୱାରା ମିଳିଥାଏ ମହାଦେବ ଓ ପିତୃ ପୁରୁଷଙ୍କ ଆର୍ଶୀବାଦ: ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ଶିବଙ୍କୁ ପୂଜା କରାଯିବା ସହ କାଉଡିଆମାନେ ଶିବଙ୍କ ଉପରେ ପାଣି ଢାଳି ସେମାନଙ୍କ ମନସ୍କାମନା ଭଗବାନଙ୍କୁ କହିଥାନ୍ତି । ତେବେ ଶ୍ରାବଣ ପୂର୍ଣ୍ଣିମା ଦିନ ମହାଦେବଙ୍କୁ ପ୍ରଶନ୍ନ କରିବା ପାଇଁ ମହାଦେବଙ୍କୁ ଆରାଧନା କରନ୍ତୁ । ଏଥିସହିତ ମହାଦେବଙ୍କ ମୂଳ ମନ୍ତ୍ର ଓମ୍ ତତ୍ପୁରୁଷାୟ ବିଦମହେ ମହାଦେବାୟ ଚଃ ଧିମହେ ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍ ନିଶ୍ଚିତ ଜପ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ ।

 

Get real time updates directly on you device, subscribe now.