fbpx

ବର୍ଷା ଦିନେ କେଶ ଝଡ଼ିବା ସମସ୍ୟାକୁ କୁହନ୍ତୁ ବାଏ ବାଏ, ଏହି ତେଲ ବ୍ୟବହାର କଲେ ମିଳିଥାଏ ଅନେକ ଫାଇଦା

Advertisement

ଓଡ଼ିଶା ଭାସ୍କର: ବର୍ଷା ଦିନେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା । ବର୍ଷା ପାଣି କେଶକୁ ଦୁର୍ବଳ କରିବା ସହ ଶୁଷ୍କ କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସୋରିଷ ତେଲ ବେଶ ଉପଯୋଗୀ ଅଟେ । ସୋରିଷ ତେଲରେ ଭିଟାମିନ୍ ‘ଏ’, ‘ଡି’, ‘ଇ’, ଓମେଗା-୩ ଫ୍ୟାଟି ଆସିଡ୍, ସେଲେନିୟମ, କେରାଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ ଭଳି ଗୁଣ ରହିଥାଏ । ଯାହା କେଶକୁ ଭିତରୁ ମଜବୁତ ଏବଂ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ସୋରିଷ ତେଲରେ ଥିବା ମାଇକ୍ରୋନୁ୍ୟଟ୍ରିଏଣ୍ଟ୍ସ କେଶର ଫଲିକାଲ୍ସକୁ ବିକଶିତ କରିବାରେ ସହାୟକ ହୋଇଥାଏ ।

୧. ସୋରିଷ ତେଲକୁ ହାଲୁକା ଉଷୁମ କରି କେଶ ମୂଳରେ ଲଗାନ୍ତୁ । ହାଲୁକା ହାତରେ କିଛି ସମୟ ମସାଜ୍ କରନ୍ତୁ ।

୨. ସୋରିଷ ତେଲରେ କିଛି ପରିମାଣରେ ଦହି ମିଶାଇ କେଶ ମୂଳରେ ଲଗାଇ ପାରିବେ । ଗୋଟିଏ ଘଣ୍ଟା ପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ ।

୩. ଏକ ପାତ୍ରରେ ଦୁଇ ବଡ଼ ଚାମଚ ମେଥି ପାଉଡର ଏବଂ ସୋରିଷ ତେଲ ମିଶାଇ ଏକ ପେଷ୍ଟ ପସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୩୦ ମିନିଟ ପର୍ଯ୍ୟନ୍ତ କେଶ ମୂଳରେ ଲଗାଇ ରଖନ୍ତୁ ।

ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ଭିତରେ କେଶ ଝଡ଼ିବ । ଏହା ସହ କେଶ ଘନ ଏବଂ ସୁସ୍ଥ ନଜର ଆସିବ ।

ଏହା ବ୍ୟତୀତ ସୋରିଷ ତେଲ ଏକ ଉତ୍ତମ କଣ୍ଡିସନିଂ ଭାବେ କାର୍ଯ୍ୟ କରିଥାଏ । ସୋରିଷ ତେଲରେ କିଛି ଭୃସଙ୍ଗ ପତ୍ର ମିଶାଇ ହାଲୁକା ଗରମ କରି କେଶ ମୂଳରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ଏହା ଦ୍ୱାରା ଡାଣ୍ଡ୍ରଫ୍ ସମସ୍ୟା ଦୂରେଇ ଥାଏ । ଏହା ରକ୍ତ ସଂଚାଳନକୁ ବୃଦ୍ଧି କରି କେଶର ବିକାସରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.