ବଢ଼ିଲା ଆବେଦନର ଅବଧି: SBIରେ ୫ ହଜାର ପଦବୀ ପାଇଁ ଏହି ଦିନ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ସରକାରୀ ଚାକିରି ବା ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସିଖବର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏସବିଆଇରେ ବାହାରିଥିବା ୫ ହଜାର ପଦବୀ ପାଇଁ ଆବେଦନ କରିବାର ଅବଧି ବଢ଼ିଛି । ଆବେଦନକାରୀମାନେ ବର୍ତ୍ତମାନ ଏହି ପଦବୀ ପାଇଁ ୧୭ ଡିସେମ୍ବର ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍କଲ ଆଧାରିତ ଅଧିକାରୀ ଅର୍ଥାତ୍ ସିବିଓ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଯାହାର ଶେଷ ତାରିଖ ୧୨ ଡିସେମ୍ବର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୧୭ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆବେଦନଗୁଡ଼ିକ କେବଳ ଅନଲାଇନ୍ ହେବ, ଏଥିପାଇଁ ଆପଣ sbi.co.inକୁ ଯାଇ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ । ପରୀକ୍ଷାର ତାରିଖ ଏପର୍ୟ୍ୟନ୍ତ ଧାର୍ଯ୍ୟ ହୋଇନଥିବା ବେଳେ ଜାନୁଆରୀ ୨୦୨୪ ରେ ଏହି ପରୀକ୍ଷା ହେବା ନେଇ ଅନୁମାନ କରାଯାଉଛି। ତେବେ ଳାଟେଷ୍ଟ ଅପଡେଟ ପାଇଁ ସମୟ ସମୟରେ ଅଫିସିଆଲ ୱେବସାଇଟ ଚେକ କରନ୍ତୁ ।

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଆବଶ୍ୟକ । ତେବେ ଏହି ପଦବୀ ପାଇଁ ମେଡିକାଲ, ସିଏ, ଇଞ୍ଜିନିୟରିଂ ଭଳି ଡିଗ୍ରୀ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଏହା ସହିତ ଏହି ପଦବୀ ପାଇଁ ବୟସ ସୀମା ୨୧ ରୁ ୩୦ ବର୍ଷ ମଧ୍ୟରେ ରହିଛି । ଏହା ଛଡ଼ା ସଂରକ୍ଷିତ ବର୍ଗଙ୍କୁ ଏଥିରେ କିଛି ପରିମାଣରେ ଆରାମ ମିଳିବ ।

ଆବେଦନ କରିବାକୁ ଜେନେରାଲ୍, ଓବିସି, ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଦେବାକୁ ପଡିବ। ତେବେ ଏସସି, ଏସଟି, ପି.ଏଚ ବର୍ଗ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ତିନୋଟି ପର୍ୟ୍ୟାୟରେ ଚୟନ ପ୍ରକ୍ରିୟା ସମାପ୍ତ ହେବ । ଅନଲାଇନ୍ ପରୀକ୍ଷା, ସ୍କ୍ରିନିଂ ଏବଂ ଇଣ୍ଟରଭିୟୁ । ତେବେ କେବଳ ସମସ୍ତ ପର୍ୟ୍ୟାୟ ପାସ କରିଥିବା ପ୍ରାର୍ଥୀମାନଙ୍କର ଚୟନ ଚୂଡାନ୍ତ ହେବ ।

ତେବେ ଏହି ପଦବୀ ପାଇଁ ମାସିକ ଦରମା ୩୬୦୦୦ ରୁ ୬୩୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଏହା ବ୍ୟତୀତ ଅନେକ ଆଲାଉୟାନ୍ସ ମଧ୍ୟ ରହିଛି । ଯାହା ମଧ୍ୟରେ ଘର ଭଡା, ଡିୟରାନ୍ସ ଆଲାଉୟାନ୍ସ, ଚିକିତ୍ସା, ଟ୍ରାଭେଲ ଆଲାଉୟାନ୍ସ ଏବଂ ପେଟ୍ରୋଲ ଆଲାଉୟାନ୍ସ ମଧ୍ୟ ରହିଛି ।

ଅନଲାଇନ ଆବେଦନ କରିବା ପାଇଁ ଲିଙ୍କ: https://ibpsonline.ibps.in/sbicbosep23/