fbpx

SBIର ୪୫ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର: ବଦଳିଗଲା କି ଟ୍ରାଞ୍ଜାକ୍ସନର ନିୟମ? ଜାଣନ୍ତୁ ସତ୍ୟତା

Advertisement

ନୂଆଦିଲ୍ଲୀ: ଯଦି ଆପଣଙ୍କ ସେଭିଂ ଆକାଉଣ୍ଟ ଏସବିଆଇରେ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇର ଟ୍ରାଞ୍ଜାକ୍ସନ ସହ ଜଡ଼ିତ ମେସେଜ୍ ଏବେ ଭାଇରାଲ ହେବାରେ ଲାଗିଛି । ଏହି ମେସେଜରେ ଦାବି କରାଯାଉଛି କି, ଆପଣ ସେଭିଂ ଆକାଉଣ୍ଟରେ ବାର୍ଷିକ ୪୦ ଟି ଟ୍ରାଞ୍ଜାକ୍ସନ କରିପାରିବେ । ୪୦ ରୁ ଅଧିକ କାରବାର ହେଲେ ଜମା ରାଶିରୁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପାଇଁ ୫୭.୫ ଟଙ୍କା କଟାଯିବ ।

ଆଉ ଏକ ମେସେଜରେ ଏହା ମଧ୍ୟ କୁହାଯାଇଛି ଯେ, ଏଟିଏମରୁ ୪ ଗୁଣରୁ ଅଧିକ ଟଙ୍କା ଉଠାଇବା ପାଇଁ ମୋଟ ୧୭୩ ଟଙ୍କା କଟାଯିବ । ପିଆଇବି ଫ୍ୟାକ୍ଟ ଚେକରେ କୁହାଯାଇଥିଲା ଯେ, ବ୍ୟାଙ୍କ ଦ୍ୱାରା ଏପରି କୌଣସି ନିୟମ ପ୍ରସ୍ତୁତ କରାଯାଇନାହିଁ । ପିଆଇବି ପକ୍ଷରୁ କୁହାଯାଇଥିଲା ଯେ, ଏହି ସମସ୍ତ ଦାବି ନକଲି ଅଟେ । କାରବାର ପାଇଁ ବ୍ୟାଙ୍କ କୌଣସି ନିୟମ ପରିବର୍ତ୍ତନ କରିନାହିଁ ।

ନିକଟରେ ପିଆଇବି ଫ୍ୟାକ୍ଟ ପକ୍ଷରୁ କୁହାଯାଇଥିଲା ଯେ, ଆପଣଙ୍କ ବ୍ୟାଙ୍କର ଏଟିଏମରୁ ପ୍ରତି ମାସରେ ୫ ଟି ମାଗଣା ଟ୍ରାଞ୍ଜାକ୍ସନ କରିପାରିବେ । ଏହା ପରେ ଅଧିକ ହେଲେ ୨୧ ଟଙ୍କା ଟ୍ରାଞ୍ଜାକ୍ସନ ବା ଅନ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିପାରେ । ନିକଟରେ ପିଆଇବି ଫ୍ୟାକ୍ଟ ଚେକ୍ ଅନ୍ୟ ଏକ ଭାଇରାଲ ମେସେଜକୁ ନକଲି ବୋଲି କହିଥିଲା । ଏହି ଭାଇରାଲ୍ ମେସେଜରେ ଆଧାର କାର୍ଡଧାରୀଙ୍କୁ ୪.୭୮ ଲକ୍ଷ ଟଙ୍କା ଲୋନ୍ ଦିଆଯାଇଥିବା ଦାବି କରାଯାଇଥିଲା ।

Get real time updates directly on you device, subscribe now.