fbpx

ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି କି SBI ? ଜାଣନ୍ତୁ ଅନଫ୍ରିଜ୍ କରିବାର ଉପାୟ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଅନେକ ଆକାଉଣ୍ଟ ବନ୍ଦ କରିଦେଇଛି । ଯେଉଁ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ସେମାନେ ଏବେ କୌଣସି ପ୍ରକାର କାରବାର କରିପାରିବେ ନାହିଁ । ଏଥିରେ ଅନେକ ଗ୍ରାହକ ଏପରି ଅଛନ୍ତ. ଯେଉଁମାନଙ୍କର ଦରମା ଆକାଉଣ୍ଟ ଏସବିଆଇରେ ରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କର ଦରମା ମଧ୍ୟ ଅଟକି ରହିଛି ଏବଂ ଗ୍ରାହକମାନେ ବାହାର କରିପାରୁନାହାନ୍ତି ।

ତେବେ ବ୍ୟାଙ୍କ ସେହି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେଇଛି, ଯାହାର KYC ପ୍ରକ୍ରିୟା ଶେଷ ହୋଇନାହିଁ । ଏହା ପରେ ଅନେକ ଗ୍ରାହକ ସୋସିଆଲ ମିଡିଆରେ ନିଜ ଆକାଉଣ୍ଟ ବନ୍ଦ ବିଷୟରେ ପୋଷ୍ଟ କରିଛନ୍ତି । ଯଦି ଆପଣଙ୍କର ଆକାଉଣ୍ଟ୍ ମଧ୍ୟ ଫ୍ରିଜ୍ ହୋଇସାରିଛି, ତେବେ ଏହାକୁ ଅନଫ୍ରିଜ କରିବାର କିଛି ଉପାୟ ରହିଛି ।

ସୂଚନାଯୋଗ୍ୟ, ଜୁଲାଇ ମାସରେ ବ୍ୟାଙ୍କ ଦ୍ୱାରା ଅନେକ ବଡ଼ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନିୟମଗୁଡିକର ସବୁଠାରୁ ବଡ ନିୟମ ହେଉଛି – ବ୍ୟାଙ୍କ ଆକାଉଣ୍ଟରେ E-KYC କରିବା । ବ୍ୟାଙ୍କ ପୂର୍ବରୁ ବି ଜୁଲାଇରେ KYC କରିନଥିବା ଆକାଉଣ୍ଟକୁ ଫ୍ରିଜ୍ କରିବା ବିଷୟରେ କହିଥିଲା । ଏହାପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ବ୍ୟାଙ୍କଗୁଡ଼ିକୁ ଯଥାଶୀଘ୍ର KYC କରିବାକୁ ନିର୍ଦ୍ଦେଶ ଦେଇଥିଲା । ବ୍ୟାଙ୍କିଂ ଠକେଇର ମାମଲା ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

କିପରି କରିବେ କେୟାଇସି?
– KYCର ପ୍ରକ୍ରିୟା ପୂରଣ କରିବାକୁ ଆପଣଙ୍କ ପାଖରେ ପାନ୍ କାର୍ଡ ଏବଂ ଆଧାର କାର୍ଡର ଏକ କପି ଥିବା ଆବଶ୍ୟକ ।
– ଏହି ଡକ୍ୟୁମେଣ୍ଟଗୁଡିକ ସହିତ ଆପଣଙ୍କୁ ବ୍ୟାଙ୍କକୁ ଯାଇ ଏକ KYC ଫର୍ମ ପୂରଣ କରିବାକୁ ପଡିବ ।
– ଏହା ସହିତ ଆପଣଙ୍କୁ ନିଜ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ମଧ୍ୟ ଜମା କରିବାକୁ ପଡିବ ।
– ଏହା ପରେ ଆପଣଙ୍କର KYC ପ୍ରକ୍ରିୟା ଶେଷ ହେବ ।

ତେବେ ବ୍ୟାଙ୍କ୍ ତରଫରୁ ପ୍ରଥମେ ୧୦ ବର୍ଷରେ KYC ଅପଡେଟ କରିବାକୁ ହେଉଥିଲା । କିନ୍ତୁ ଏବେ ଏହା ପ୍ରତି ୩ ବର୍ଷରେ ଥରେ ପ୍ରୋସେସ୍ କରାଯାଉଛି । ତେବେ ଏହି ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କ ଆକାଉଣ୍ଟର KYC ଅପଡେଟ୍ କରାଇ ଆକାଉଣ୍ଟଙ୍କୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ ।

Get real time updates directly on you device, subscribe now.