fbpx

SBI ବଦଳାଇଲା Credit Card ସହ ଜଡ଼ିତ ନିୟମ: ଆପଣ ବ୍ୟବହାର କରୁଥିଲେ ନିଶ୍ଚିତ ଜାଣନ୍ତୁ

ନୂଆଦିଲ୍ଲୀ : ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ କାର୍ଡ) ର କ୍ରେଡିଟ୍ କାର୍ଡ ୟୁଜର୍ସ, ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଡ ଏବଂ ପେମେଣ୍ଟ ସର୍ଭିସେସ୍ ୧ ମେରୁ କିଛି ନିୟମ ପରିବର୍ତ୍ତନ କରିଛି। କମ୍ପାନୀ ଏହାର ୱେବସାଇଟରେ ଏହି ସୂଚନା ଦେଇଛି।

ସୂଚନା ଅନୁସାରେ ଗ୍ରାହକମାନେ ଆଉ AURUM କ୍ରେଡିଟ୍ କାର୍ଡ ମାଧ୍ୟମରେ EazyDiner Prime, Lenskart Gold ସଦସ୍ୟତାର ଆଉ ଲାଭ ଉଠାଇପାରିବେ ନାହିଁ । AURUM କ୍ରେଡିଟ୍ କାର୍ଡ ଧାରୀମାନେ ୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ RBL ଲକ୍ସରୁ ୫୦୦୦ ଟଙ୍କାର କୁପନ୍ ଆଉ ପାଇବେ ନାହିଁ । ଟାଟା CLiQରୁ ସେମାନେ ଏହି କୁପନ୍ ପାଆନ୍ତି । ଅନଲାଇନ୍ ଭଡା ପାଇଁ ଦେୟ ପ୍ରଦାନ କରୁଥିବାବେଳେ SBI Simple Click SBI କାର୍ଡ ଓ Simple Click Advantage SBI କାର୍ଡ ବ୍ୟବହାର ଉପରେ ଅଫର୍‌ର ପଏଣ୍ଟ ମଧ୍ୟ ହ୍ରାସ ପାଇଛି । ପୁରସ୍କାର 5x ରୁ 1xକୁ ହ୍ରାସ ପାଇଛି ।

ଏବେ ସିମ୍ପଲ କ୍ଲିକ୍ ପାଇଁ SBI କାର୍ଡ ଓ ସିମ୍ପଲ କ୍ଲିକ୍ ଆଡଭାନଟେଜ୍ ପାଇଁ SBI କାର୍ଡରେ ସଂଶୋଧନ କରାଯାଇଛି । ଅଫର୍‌ ପଏଣ୍ଟ ୧୦ ଗୁଣରୁ ପାଞ୍ଚ ଗୁଣକୁ ହ୍ରାସ ପାଇଛି । ଏହି ପରିବର୍ତ୍ତନ ଏପ୍ରିଲ୍ ୧ରୁ କାର୍ଯ୍ୟକାରୀ ହୋଇଛି । କାର୍ଡଧାରୀମାନେ ଆପୋଲୋ 24/7, ବୁକ୍ ମାଇ ଶୋ’ରୁ କ୍ରୟ କରି 10x ପୁରସ୍କାର ପଏଣ୍ଟ ମଧ୍ୟ ପାଇପାରିବେ । ଏହାସହିତ କ୍ଲିୟରଟ୍ରିପ୍, ଇଜିଡାଇନର୍, ନେଟମେଡସ୍ ସମ୍ବନ୍ଧୀୟ ଦେୟ ପାଇଁ କାର୍ଡ ବ୍ୟବହାର କରି 10x ଅଫର୍‌ର ପଏଣ୍ଟ ମଧ୍ୟ ପାଇପାରିବେ ।

ମାର୍ଚ୍ଚ ୧୭ରୁ ବ୍ୟାଙ୍କ କ୍ରେଡିଟ କାର୍ଡ ଚାର୍ଜ ମଧ୍ୟ ପରିବର୍ତ୍ତନ କରିଛି । ଏସବିଆଇ କାର୍ଡ ଓ ଏସବିଆଇ କ୍ରେଡିଟ କାର୍ଡ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ ମାଧ୍ୟମରେ ସବିଶେଷ ତଥ୍ୟ ପ୍ରକାଶ କରିଛି । ୧୯୯ + ଟ୍ୟାକ୍ସ SBI କ୍ରେଡିଟ୍ କାର୍ଡ ପାଇଁ ଦେୟ ଦେବାକୁ ପଡ଼ିବ । ଏହା ପୂର୍ବରୁ ୯୯ ଟଙ୍କା + ଟ୍ୟାକ୍ସ ଥିଲା।

Get real time updates directly on you device, subscribe now.