fbpx

ଆପଣଙ୍କୁ ଆସିବ ଏସବିଆଇ ନାଁରେ ଏହି ଲିଙ୍କ: ହେଲେ ଭୁଲରେ ବି କ୍ଲିକ୍ କରନ୍ତୁନି

ନୂଆଦିଲ୍ଳୀ: କେୱାଇସି କରାଇବା ବାହାନାରେ ପୂର୍ବରୁ କଲ୍ ଆସୁଥିବା ବେଳେ ସାଇବର ଠକ ମାନେ ବର୍ତ୍ତମାନ ନୂଆ ଫଣ୍ଡା ଆପଣେଇଛନ୍ତି । ଏଣିକି ଇମେଲ ଏବଂ ମେସେଜ ଜରିଆରେ ଇ କେ ୱାଇସି ପାଇଁ ଗ୍ରାହକଙ୍କୁ ମେସେଜ ଆସୁଛି । ଅପଡେଟ୍ ୟୋର କେୱାଇସି ପରି କିଛି ଅଜଣା ଲିଙ୍କ ଆସୁଥିବା ବେଳେ ଏହା ଉପରେ କ୍ଲିକ୍ କରିବା ଦ୍ୱାରା ଆକାଉଣ୍ଟ ଘଡିକେ ସଫା ହୋଇଯାଉଛି । ନିକଟରେ ସାଇବର ପିସ୍ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଚୀନର ସାଇବର ଠକ ମାନେ ବର୍ତ୍ତମାନ ମୁଖ୍ୟତଃ ଏସବିଆଇ ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି ।

ଏହି କେୱାଇସି ପେଜ୍ ସହିତ ଆଉ ଏକ ରିଡିରେକ୍ଟ ହେଉଥିବା ପେଜ୍ ଖୋଲିବ । ଯେଉଁଥିରେ ଆପଣଙ୍କୁ ଆପଣଙ୍କ ଆଇଡି, ପାଶୱାର୍ଡ ପରି କିଛି ଗୋପନୀୟ ପ୍ରଶ୍ନ ପଚରାଯିବ । ଯଦି ସେଠାରେ କେହି ବ୍ୟକ୍ତି ନିଜର ଗୋପନୀୟ ତଥ୍ୟ ପ୍ରକାଶ କରୁଛନ୍ତି ତେବେ ସାଇବର ଲୁଟେରା ଆକାଉଣ୍ଟରେ କଳାକନା ବୁଲାଇଦେବେ ।

ଏହା ସହିତ ବେଳେବେଳେ ବ୍ୟାଙ୍କ ପକ୍ଷରୁ ଆପଣ କିଛି ପୁରସ୍କାର ଜିତିଥିବା ଭଳି ମେସେଜ୍ ଲିଙ୍କ ଆସିବ । କୌଣସି ବି ବ୍ୟାଙ୍କ ପକ୍ଷରୁ ଏମିତି ମେସେଜ ଆସୁନଥିବାରୁ ଏହାକୁୂ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି । କେବଳ ଏସବିଆଇ ନୁହେଁ, ଆଇଡିଏଫସି, ପିଏନବି, ଇଣ୍ଡସଇଣ୍ଡ ଓ କୋଟାକ ଭଳି ବ୍ୟାଙ୍କର ଗ୍ରାହକଙ୍କୁ ମଧ୍ୟ ଫିସିଙ୍ଗ ସ୍କାମର ଶିକାର କରିବାକୁ ଚେଷ୍ଟା କରୁଛନ୍ତି ସାଇବର ଠକ ।

Get real time updates directly on you device, subscribe now.