fbpx

ଗ୍ରାହକଙ୍କୁ SBIର ବଡ଼ ଝଟକା: ମହଙ୍ଗା ହେଲା ସୁଧ, ବଢ଼ିଯିବ EMI ବୋଝ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଆଜି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ସରକାରୀ ବ୍ୟାଙ୍କ ବିଭିନ୍ନ ଲୋନକୁ ମହଙ୍ଗା କରିବାକୁ ଘୋଷଣା କରିଛି । ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ ଲୋନ୍ ଉପରେ ଅଧିକ ସୁଧ ଦେବାକୁ ପଡିବ ।

ଏସବିଆଇ ଏହି ସୁଧ ହାରକୁ ଅଧିକ ବୃଦ୍ଧି କରିଛି :-

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ଏହାର ଏମସିଏଲଆର (ମାର୍ଜିନାଲ୍ କଷ୍ଟ ଅଫ୍ ଲୋଡିଂ ହାର) ରେ ପରିବର୍ତ୍ତନ କରିଛି । ପରିବର୍ତ୍ତନ ଅଧୀନରେ, ଏମସିଏଲଆରରେ ୫ ରୁ ୧୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି । ଏହାର ଅର୍ଥ ହେଉଛି ଏମସିଏଲଆର ୦.୦୫ ପ୍ରତିଶତରୁ ୦.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କ ଅନୁଯାୟୀ, ଏହି ପରିବର୍ତ୍ତନ ଆଜି ଜୁଲାଇ ୧୫ ରୁ ଲାଗୁ ହୋଇଛି ।

ବଢ଼ିଯିବ ଇଏମଆଇ ବୋଝ :-

ଏସବିଆଇ ହେଉଛି ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ । ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଏସବିଆଇ ଅନ୍ୟ ସମସ୍ତ ବ୍ୟାଙ୍କରୁ ବହୁତ ଆଗରେ ଅଛି । ଏସବିଆଇ ଦ୍ୱାରା ଏମସିଏଲଆର ବୃଦ୍ଧି ହେତୁ ଏହାର ବିଭିନ୍ନ ଲୋନ୍ ପ୍ରଡକ୍ଟ ମହଙ୍ଗା ହୋଇପାରେ । ଏହି କାରଣରୁ, ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ସୁଧ ଭାର ବଢ଼ିପାରେ ଏବଂ ସେମାନଙ୍କୁ ଅଧିକ ଇଏମଆଇ ଦେବାକୁ ପଡିପାରେ ।

Get real time updates directly on you device, subscribe now.