ମାସିକ ୧୨୦୦ ଟଙ୍କା ନବେଶ କଲେ, ଏତିକି ବର୍ଷ ପରେ ମିଳିବ ୩,୯୦,୫୪୮ ଟଙ୍କା
ଏହି ଯୋଜନାରେ ମାସକୁ ୧୨୦୦ ଟଙ୍କା ନିବେଶ କଲେ, ଏତିକି ବର୍ଷ ପରେ ପାଇବେ ୩ ଲକ୍ଷ ୯୦ ହଜାର ୫୪୮ ଟଙ୍କା, ଜାଣନ୍ତୁ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭାରତର ସବୁଠୁ ଭରଷା ଯୋଗ୍ୟ ବ୍ୟାଙ୍କ। ଏହା ଗ୍ରାହକଙ୍କ ସଞ୍ଚୟ ଯୋଜନାଗୁଡ଼ିକୁ ସଞ୍ଚାଳିତ କରିଥାଏ। ଏହି ବିଶେଷ ଯୋଜନାଗୁଡ଼ିକ ମଧ୍ୟରୁ ପିଏଫଏଫ ଯୋଜନା ନିବେଶକଙ୍କୁ ଅଧିକ ସୁରକ୍ଷିତ ଏବଂ ଅଧିକ ରିଟର୍ଣ୍ଣ ସହ ଅନେକ ଲାଭ ପ୍ରଦାନ କରିଥାଏ।
ଏହି ଯୋଜନା ଇନକମ ଟ୍ୟାକ୍ସ ଛାଡ, ଆକର୍ଷଣୀୟ ସୁଧ ଏବଂ କମ୍ପାଉଣ୍ଡିଙ୍ଗ ଭଳି ଲାଭ ପ୍ରଦାନ କରିଥାଏ। ଏହି ଯୋଜନାରେ ନିବେଶର ଆରମ୍ଭ ସର୍ବନିମ୍ନ ୫୦୦ରୁ କରାଯାଇଥାଏ ଏବଂ ଆପଣ ସର୍ବାଧିକ ବାର୍ଷିକ ୧.୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ନିବେଶ କରିପାରିବେ।
ନିବେଶକଙ୍କୁ ଏହି ଯୋଜନାରେ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ଏବଂ ଉତ୍ତମ ରିଟର୍ଣ୍ଣ ମିଳିଥାଏ, ଯେଉଁଥିରେ ଏହା ପ୍ରତି ବର୍ଗର ଲୋକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ।
କିପରି ମିଳିବ ଏତେ ଟଙ୍କା: ଯଦି କୌଣସି ବ୍ୟକ୍ତି ମାସିକ ୧,୨୦୦ ଟଙ୍କାର ନିବେଶ କରିଥାଏ, ତେବେ ସେ ୧୫ ବର୍ଷରେ ଏକ ବଡ଼ ଫଣ୍ଡ କରିପାରିବ। ଉଦାହରଣ ସ୍ୱରୂପ- ପ୍ରତି ମାସରେ ୧୨୦୦ ଟଙ୍କା ହିସାବରେ ବାର୍ଷିକ ଏହା ୧୪,୪୦୦ ଟଙ୍କାର ସଞ୍ଚୟ। ଏହା ୧୫ ବର୍ଷରେ ୨,୧୬,୦୦୦ ଟଙ୍କା ହେଉଛି।
ଏହି ଜମା ରାଶିରେ ୭.୧%ର ସୁଧ ଦର ଲାଗୁ ହୋଇଥାଏ। ମାଚ୍ୟୁରିଟି ସହ ମିଶି ଏହା ୩,୯୦,୫୪୮ ଟଙ୍କା। ଏହି ନିବେଶରେ ଆପଣଙ୍କୁ ୧,୭୪,୫୪୮ ହେବ। ଏହି ଯୋଜନାର ମୁଖ୍ୟ ବିଶେଷତା ହେଉଛି, ସୁରକ୍ଷିତ ଏବଂ ବଜାରରେ ଘଟୁଥିବା ସାଇବର ଅପରାଧଠାରୁ ଦୂରେଇ ରଖିଥାଏ।