fbpx

ପରୀକ୍ଷାରେ ଫେଲ ହେବାର ଭୟ: ବାପାକୁ ହାଣି ହତ୍ୟା କଲା ୧୫ ବର୍ଷୀୟ ବାଳକ

Advertisement

ନୂଆଦିଲ୍ଳୀ: ପରୀକ୍ଷାରେ ଫେଲ ହୋଇଯିବାର ଭୟରେ ନିଜ ବାପାକୁ ହାଣି ହତ୍ୟା କରିଛି ୧୫ ବର୍ଷୀୟ ବାଳକ । ମଧ୍ୟପ୍ରଦେଶର ଗୁଣାରେ ଏହି ଘଟଣା ଘଟିଛି । ବୁଧବାର ବାଳକ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଟାଙ୍ଗିଆ ମଧ୍ୟ ଜବତ କରିଛି । ବାପାକୁ ହତ୍ୟା କରିବା ପରେ ଜଣେ ପଡୋଶୀକୁ ଏହି ହତ୍ୟାକାଣ୍ଡରେ ଫସାଇବାକୁ ଯୋଜନା କରିଥିଲା ବାଳକ । ବାପା ସହିତ ପଡୋଶୀଙ୍କ ଝଗଡା କାରଣରୁ ହତ୍ୟା ହୋଇଥିବା ନେଇ ବାଳକ କହିଥିଲା । ତେବେ ତଦନ୍ତ ପରେ ପୋଲିସ ସତ ଜାଣିବା ସହିତ ଗିରଫ କରିଥିଲା । ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପାଠ ପଢି ନଥିବା ବେଳେ ଫେଲ ହେବା ଡରରେ ନିଜ ପିତାକୁ ହତ୍ୟା କରିଥିଲା ବାଳକ ।

ଏହି ୧୫ ବର୍ଷର ପିଲାଟି ଦଶମ ପରୀକ୍ଷା ଦେଇଥିଲା । ପରୀକ୍ଷାରେ ଫେଲ ହେଲେ ବାପାଠାରୁ ମାଡ ପଡିବା ଡରରେ ବାପାକୁ ହତ୍ୟା କରିଥିଲା । ବାପା ଶୋଇଥିବା ବେଳେ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ ଏହି ଦୋଷକୁ ପଡୋଶୀ ଉପରେ ଲଦିବାକୁ ପ୍ରୟାସ କରିଥିଲା । ପଡୋଶୀ ଏବଂ ଆଉ ଜଣଙ୍କୁ ହତ୍ୟା କରି ଦୌଡୁଥିବାର ସେ ଦେଖିଛି ବୋଲି ପିଲାଟି କହିଥିଲା । ଏହାପରେ ପୋଲିସ ପଡୋଶୀକୁ ଗିରଫ କରି ପଚରା ଉଚୁରା କରିଥିଲା । ପରେ ପିଲାକୁ ପଚରା ଉଚୁରା ସମୟରେ ସେ ସତ କଥା ମାନି ଯାଇଥିଲା । ପିଲାଟିକୁ ଗିରଫ କରାଯିବା ପରେ ଜୁଭେନାଇଲ ହୋମକୁ ପଠାଯାଇଥିଲା ।

Get real time updates directly on you device, subscribe now.