fbpx

ଫିନାଇଲ୍ ପିଇ ଆତ୍ମହତ୍ୟାର ଧମକ୍ ଦେଲେ SCB ନର୍ସିଂ କଲେଜର ଛାତ୍ରଛାତ୍ରୀ

କଟକ ୧୦ା୪ (ଓଡିଶା ଭାସ୍କର) :  SCB ମେଡ଼ିକାଲ ନର୍ସିଂ କଲେଜ ବନ୍ଦ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କରୋନା ସଂକ୍ରମଣ ବଢୁଥିବା ହେତୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କଲେଜ କୁଳପତି । ହଷ୍ଟେଲ ନ ଛାଡ଼ିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲ ଛାଡ଼ିବାକୁ ବାଧ୍ୟ କଲେ ସେମାନେ ଫିନାଇଲ୍ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ହେତୁ କଲେଜ ବନ୍ଦ କରିବା ସହ ଆଜି ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବା ନୋଟିସ୍ ଜାରି କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କରୋନା ଯୋଗୁ କଲେଜ ବନ୍ଦ କରାଗଲେ ଅନଲାଇନ୍ ରେ କ୍ଲାସ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଅନ୍ୟପଟେ କଲେଜ କୁଳପତି ଛୁଟିରେ ଥିବା କଥା କଲେଜ ସୁପରିଟେଣ୍ଡଣ୍ଟ କହିଥିବା ବେଳେ କିଭଳି ନୋଟିସ୍ ଜାରି କରାଯାଇଛି ସେ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଘଟଣାସ୍ଥଳରେ ଥାନା ଅଧିକାରୀ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

Get real time updates directly on you device, subscribe now.