fbpx

ଖୁବଶୀଘ୍ର ଖୋଲିବ ସ୍କୁଲ, ସରକାର ଜାରିକଲେ ଗାଇଡଲାଇନ୍

Advertisement

ଥିରୁଭନନ୍ତପୁରମ, ୨୯ା୧୨: କରୋନା ପାଇଁ ଚାରିଆଡ଼େ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ସରକାର ଏନେଇ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ତେବେ କେରଳ ଶିକ୍ଷା ବିଭାଗ ତରଫରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଜଣାପଡ଼ିଛି । ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ସରକାରଙ୍କୁ ତରଫରୁ କୁହାଯାଇଛି ।

ଗାଇଡଲାଇନ ଅନୁଯାୟୀ, ଗୋଟିଏ ଶ୍ରେଣୀର ପିଲା ସଂଖ୍ୟା ଓ ଶ୍ରେଣୀଗୃହକୁ ଆଧାର କରି ଦୈନିକ କେତେ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ରହିବେ, ତାହା ସ୍ଥିର କରାଯିବ । ପ୍ରଥମ ସପ୍ତାହରେ ଜଣେ ପିଲା ଗୋଟିଏ ବେଞ୍ଚରେ ବସିବ । ପିଲାମାନେ ଦୁଇ ମିଟର ଶାରୀରିକ ଦୂରତା ବଜାୟ ରଖିବେ ।

ଛାତ୍ରଛାତ୍ରୀମାନେ ଅତିବେଶୀରେ ୩ ଘଣ୍ଟା ପାଇଁ ସ୍କୁଲରେ ଉପସ୍ଥିତ ରହିବେ । କ୍ଲାସ ସମୟ ସକାଳ ୯ଟା କିମ୍ବା ୧୦ଟାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲର ଅନ୍ୟ କର୍ମଚାରୀ ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହୋଇଥିବେ, ସେମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି ।

ପ୍ରତ୍ୟେକ ସ୍କୁଲରେ ଗୋଟିଏ କୋଭିଡ ସେଲ ପ୍ରଧାନଶିକ୍ଷକ କିମ୍ବା ପ୍ରିନ୍ସପାଲଙ୍କ ଅଧୀନରେ ପ୍ରତିଷ୍ଠା କରାଯିବ । ଏହି ସେଲ ମାଧ୍ୟମରେ ପ୍ରତି ସପ୍ତାହରେ ସ୍କୁଲରେ କରୋନା ପରିସ୍ଥିତିର ତର୍ଜମା କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.