fbpx

ବୋଲବମ୍ ଯାତ୍ରା ପାଇଁ ବଡ଼ ନିଷ୍ପତ୍ତି: ଜୁଲାଇ ୩୧ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଶ୍ରାବଣ ମାସ ହେଉଛି ଶିବଭକ୍ତମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ । ଏହି ମାସରେ ପ୍ରତି ସୋମବାର ଦିନ କାଉଡ଼ିଆମାନେ ପାଣିଭାର ଧରି ଦେବ ଦେବ ମହାଦେବଙ୍କ ଲିଙ୍ଗରେ ଅର୍ପଣ କରିଥାନ୍ତି । ଶିବଭକ୍ତମାନେ ଉପବାସ କରି ନିଜର ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ନିକଟରେ ଗୁହାରି କରିଥାନ୍ତି । ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ବେଳେ ତାହା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ଭୋଳାବାବାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ନାନା ବିଧି ଅନୁଯାୟୀ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି ।

ତେବେ ଏହା ମଧ୍ୟରେ ବୋଲବମ୍ ଯାତ୍ରାକୁ ନେଇ ଆସିଛି ଏକ ବଡ଼ ଖବର । କାଉଡ଼ିଆଙ୍କ ପାଇଁ ଜୁଲାଇ ୩୧ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଉତ୍ତରପ୍ରଦେଶର ଗାଜିଆବାଦ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ନିର୍ଦ୍ଦେଶାନାମାକୁ ପାଳନ କରିବାକୁ ସମସ୍ତ ସ୍କୁଲକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟସ୍ତ ସମସ୍ତ ସ୍କୁଲ କାଉଡ଼ିଆ ଯାତ୍ରା ପାଇଁ ବନ୍ଦ ରହିବ ବୋଲି କୁହାଯାଇଛି ।

କାଉଡ଼ିଆ ଯାତ୍ରା ଅବସରରେ ହରିଦ୍ୱାରରେ ୧.୨୫ କୋଟି ଭକ୍ତଙ୍କ ସମାଗମ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଛୁଟି ଅବଧି ମଧ୍ୟରେ ଅନଲାଇନରେ କ୍ଲାସ୍ ଚାଲିବ ବୋଲି କୁହାଯାଇଛି । ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା କାଉଡ଼ିଆ ଯାତ୍ରା ଅଗଷ୍ଟ ୬ରେ ସମାପ୍ତ ହେବ । ସେହି କାରଣରୁ ଡେରାଡୁନ-ଦିଲ୍ଲୀ ଜା ୫୮ ନମ୍ବର ଜାତୀୟ ରାଜପଥରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି । ତେଣୁ ଟ୍ରାଫିକ ସମସ୍ୟାକୁ ଦୂର କରିବା ଲକ୍ଷ୍ୟଷର ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.