fbpx

ସୁଭଦ୍ରା ଯୋଜନା ପାଇଁ ୧୭ ତାରିଖରେ ସ୍କୁଲ ଛୁଟି ଘୋଷଣା: ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ମହିଳା ବିକାଶଭିମୁଖୀ ଯୋଜନା ‘ସୁଭଦ୍ରା’ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ପରିପ୍ରେକ୍ଷୀରେ ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି କରିବା ପାଇଁ ଘୋଷଣା କରାଯାଇଛି । ଏହାସହିତ ସମସ୍ତ ସରକାରୀ କାର୍ୟ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ମଧ୍ୟ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେପ୍ଟେମ୍ବର ୧୭ ତାରିଖ ରାଜ୍ୟବାସୀଙ୍କ ପାଇଁ ଖୁସିର ଦିନ। ଗୋଟିଏ ଦିନ ଦୁଇଟି ଯୋଜନାର ଟଙ୍କା ପାଇବେ ହିତାଧିକାରୀ। ୧୭ ତାରିଖରେ ପିଏମ ଆବାସ ଯୋଜନାର ପ୍ରଥମ କିସ୍ତି ଆବେଦନକାରୀଙ୍କୁ ମିଳିବା ବେଳେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ତେବେ ପିଏମ ଆବାସର ପ୍ରଥମ କିସ୍‌ୟି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରୁ ପ୍ରକ୍ରିୟା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି ପିଏମ ଆବାସ ଯୋଜନାର ପ୍ରଥମ କିସ୍ତିରେ ଉପକୃତ ହେବେ ୧୦ ଲକ୍ଷ ହିତାଧିକାରୀ।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଜାରି ହୋଇଛି। ୧୭ ତାରିଖରେ ବ୍ୟାଙ୍କ ଆକାଉଣ୍ଟ ଯିବ। ୧୫ ତାରିଖ ଯାଏଁ କରିଥିବା ଆବେଦନକାରିଙ୍କୁ ମିଳିବ ଟଙ୍କା। ଏହି ସୁଭଦ୍ରା ଯୋଜନାରେ ୫୦ ଲକ୍ଷ ମହିଳା ଆବେଦନ କରିସାରିଲେଣି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମିଳିନାହିଁ।

ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବାନୁଯାୟୀ, କାଲିଠୁ ସୁଭଦ୍ରା ସ୍ୱାଗତ ପଦଯାତ୍ର ଆରମ୍ଭ ହେବ। ଦଶ ହଜାର ପଦଯାତ୍ର ହେବ। ରାଜଧାନୀରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ପଦଯାତ୍ରା। ପ୍ରତି ପଞ୍ଚାୟତରେ ଜିପିଏସଏଫଙ୍କ ନେତୃତ୍ୱରେ ହେବ। ଏସଏଚଜି ମା’ ମାନେ ମଦ୍ୟ ଗାଁ ଗାଁ ରେ ସାମିଲ ହେବେ।

Get real time updates directly on you device, subscribe now.