fbpx

ସୋମବାରଠାରୁ ୧୦ଟାରୁ ଖୋଲିବ ସ୍କୁଲ, ଆଉ ବଢ଼ିବନି ଛୁଟି :  ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ସ୍ଵାଭାବିକ ହେବ ସ୍କୁଲ୍ । ରାଜ୍ୟରେ ପାଗ ବଦଳିଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୋମବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ହେବ ସ୍କୁଲ । ପୂର୍ବ ଭଳି ସକାଳ ୧୦ଟାରୁ ସ୍କୁଲ ଖୋଲାଯିବ।

 

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାଣିପାଗ ବଦଳିଛି ।

 

ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।

 

ସୂଚନାଯୋଗ୍ୟ, ପୂର୍ବରୁ ଭୀଷଣ ଖରା ଏବଂ ପ୍ରବଳ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢାଇଥିଲେ। କିଛି ଜିଲାରେ ସକାଳୁଆ ସ୍କୁଲ ଓ ଆଉ କିଛି ଜିଲାରେ ଛୁଟିକୁ ବଢାଇଥିଲେ ଜିଲାପାଳ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ସ୍କୁଲ ଖୋଲିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇଥିଲେ।

Get real time updates directly on you device, subscribe now.