fbpx
BSKY SKY
BSKY SKY

ରାଜ୍ୟରେ ଜୁନ ୨୧ରେ ଖୋଲିବ ସ୍କୁଲ୍, ପାଣିପାଗ ସ୍ଥିତିର ସମୀକ୍ଷା ପରେ ନିଆଗଲା ନିଷ୍ପତ୍ତି

BSKY

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଗତକାଲି ରାତିରୁ ସାମାନ୍ୟ ଅଶ୍ଵସ୍ତି ମିଳିଛି । ଗ୍ରୀଷ୍ମପ୍ରବାହ ଲାଗି ଖରାଛୁଟିକୁ ଆହୁରି ୨ ଦିନ ଘୁଂଚାଇ ଦିଆଯାଇଥିଲା । ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସମ୍ପୃକ୍ତ ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଥିଲେ । ଏହା ପୂର୍ବରୁ ଜୁନ୍ ୨୧ ରେ ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଥିଲା ଗଣଶିକ୍ଷା ବିଭାଗ ।

ଏହି ଗ୍ରୀଷ୍ମ ଲହର ଆହୁରି ୩ ଦିନ ଧରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ଉତ୍ତାପ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ସେହି ଅନୁଯାୟୀ, ବିଦ୍ୟାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ।

ଗ୍ରୀଷ୍ମ ଅବକାଶକୁ ବଢାଇବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ପୂର୍ବାନୁମାନ କରିଛି ଯେ, ଆସନ୍ତା କାଲି ଠାରୁ ଉପକୂଳ ଅଂଚଳ ମାନଙ୍କରେ ଗ୍ରୀଷ୍ମ ପ୍ରବାହରୁ ଅଶ୍ଵସ୍ତି ମିଳିବ। ତେବେ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖାଯାଇ ସ୍କୁଲ ଖୋଲିବା ନିଷ୍ପତି ନିଆଯାଇଛି ।

Get real time updates directly on you device, subscribe now.