ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନର ଏକ ମହାତ୍ମ୍ୟ ରହିଛି । ଏପରି କରିବା ଦ୍ବାରା ବ୍ୟକ୍ତି ସୁସ୍ଥ ହେବା ସହ ମାନସିକ ଶାନ୍ତି ମିଳିଥାଏ । ଅନେକ ରୋଗର ନାଶ ହୁଏ ଏହି ପବିତ୍ର କାମରେ । ଏହା ବ୍ୟତୀତ ଆଧ୍ୟାତ୍ମିକ ଜୀବନକୁ ଉଜାଗର କରିଥାଏ ସୂର୍ଯ୍ୟାର୍ଘ । ତେବେ ଏହା ପଛରେ ଥିବା ବୈଜ୍ଞାନିକ କାରଣ ସମ୍ପର୍କରେ ଜାଣନ୍ତି କି?
ସୂର୍ଯ୍ୟୋଦୟ ସମୟରେ, ସୂର୍ଯ୍ୟ କିରଣ ଆମ ପାଖରେ ପହଞ୍ଚେ । ଏହି ସୂର୍ଯ୍ୟ କିରଣ ଭିଟାମିନ୍ ଡି ର ଏକ ଉତ୍ତମ ଉତ୍ସ, ଯାହା ଶକ୍ତିଶାଳୀ ଏବଂ ସୁସ୍ଥ ହାଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସହରାଞ୍ଚଳରେ ଭିଟାମିନ୍ ଡି ଅଭାବ ଅତି ସାଧାରଣ ଅଟେ । ୭୦-୮୦% ଲୋକଙ୍କଠାରେ ଏହି ଜରୁରୀ ଭିଟାମିନର ଅଭାବ ଦେଖାଦେଇଥାଏ ।
ଜଳ ସ୍ରୋତ ଦେଇ ସୂର୍ଯ୍ୟଙ୍କୁ ଦେଖିବା ଆମ ଆଖିକୁ କ୍ଷତିକାରକ ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ ଏବଂ ଉପକାରୀ କିରଣ ଆମ ଆଖିରେ ପହଞ୍ଚିବାକୁ ଦେଇଥାଏ, ଯାହା ଆମ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣେ । ଏହି କିରଣ ମଧ୍ୟ ମୋତିଆବିନ୍ଦୁ ସୃଷ୍ଟିକୁ ରୋକିଥାଏ । ସେଥିପାଇଁ ୩ ରୁ ୫ ମିନିଟ୍ ପର୍ଯ୍ୟନ୍ତ ପାଣିରେ ସୂର୍ଯ୍ୟଙ୍କୁ ଦେଖିବା ପାଇଁ ପରାମର୍ଶ ଦିଆଯାଇଛି ସୁର୍ଯ୍ୟାର୍ଘ୍ୟ କାଳରେ ।
ଜଳାଶ୍ରୟ ଆଗକାଳରେ ଘରଠାରୁ କିଛି ଦୂରରେ ରହୁଥିଲା । ସୂର୍ଯ୍ୟାର୍ଘ୍ୟ ଦେବାକୁ ଯିବା ଓ ଆସିବା ସମୟରେ ଖାଲି ପାଦ ଥାଏ । ଖାଲି ପାଦରେ ମାଟି ଏବଂ ଘାସ ଦେଇ ଚାଲିବା ଦ୍ବାରା ପ୍ରାକୃତିକ ଆକ୍ୟୁପ୍ରେସର ପାଏ ଶରୀର ।
ନୈବେଦ୍ୟ ସମୟରେ ପାଦର ବଲ ଉପରେ ଠିଆ ହେବାକୁ ହୋଇଥାଏ । ଏପରି କରିବା ଦ୍ବାରା ଗୋଡର ଗଣ୍ଠିର ଟେଣ୍ଡନ୍ ବ୍ୟାୟାମ ହୁଏ । ଏହା ଗୋଡର ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖେ । ଯନ୍ତ୍ରଣାଦାୟକ ଆଣ୍ଠୁ ଗଣ୍ଠିକୁ ଭଲ କରିବା ପାଇଁ ଫିଜିଓଥେରାପିଷ୍ଟମାନେ ମଧ୍ୟ ଆପଣଙ୍କ ପାଦର ବଲରେ ଚାଲିବାକୁ ପରାମର୍ଶ ଦିଅନ୍ତି ।
ପ୍ରଭାତର ବାୟୁ ମଧ୍ୟ ସତେଜ ଏବଂ ପ୍ରଦୂଷଣ ମୁକ୍ତ । ଉଦ୍ଭିଦ ଏବଂ ଗଛଗୁଡିକ ଫଟୋସାଇନ୍ଥେସିସ୍ ମାଧ୍ୟମରେ ସକାଳର ବାୟୁରୁ ବିଷାକ୍ତ ପଦାର୍ଥ ବାହାର କରି ବାୟୁରେ ତାଜା ଅମ୍ଳଜାନ ଭରିଥାନ୍ତି, ଯାହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ।
ସୂର୍ଯ୍ୟ ମନ୍ତ୍ର ଉଚ୍ଚାରଣ ଏବଂ ଓମ୍ ଶବ୍ଦର ପାଠ କରିବା ସକାଳେ ଏକ ନିଶ୍ୱାସ ପ୍ରଶ୍ୱାସ ହୁଏ । ଏହା ସ୍ନାୟୁ ତନ୍ତ୍ରକୁ ଉଜାଗର କରେ