ନୂଆଦିଲ୍ଲୀ: ମଣିଷ ମନରେ ହସ, ଖୁସି, ଦୁଃଖ, କ୍ରୋଧ, ଭୟ ଆଦି ବିଭିନ୍ନ ପ୍ରକାରର ଭାବନା ଜାତ ହୋଇଥାଏ । ଏଭଳି ବିଭିନ୍ନ ପ୍ରକାରର ମାନସିକ ଗତିବିଧି ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଥାନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟର ସନ୍ଧାନ ପାଇଛନ୍ତି । ଏକ ନ୍ୟୁରାନ୍ସ ଦ୍ୱାରା ମଣିଷର ବ୍ରେନରେ ଭୟ ଜାତ ହେଉଛି, ତା’ର ସନ୍ଧାନ ବୈଜ୍ଞାନିକମାନେ ଏକ ରିସର୍ଚ୍ଚ ଦ୍ୱାରା ପାଇଛନ୍ତି ।
ଗବେଷକଙ୍କ ମତରେ, କୈଲ୍ସିଟୋନିନ ଜିନ-ରିଲେଟେଡ ପେପ୍ଟାଇଡ (ସିଜିଆରପି) ନାମକ ଏକ ଅଣୁର ବ୍ୟବହାର କରୁଥିବା ନ୍ୟୁରାନ୍ସ ଭୟ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ନିକଟରେ ଏହାର ଗବେଷଣା ମୂଷା ଉପରେ କରାଯାଇଥିଲା । ଦୁଇଟି ସର୍କିଟ ମିଶି ବ୍ରେନରେ ଭୟ ସୃଷ୍ଟି କରୁଛନ୍ତି । ଏହି ରିସର୍ଚ୍ଚରେ ମଣିଷର ମସ୍ତିଷ୍କ ତନ୍ତ୍ର ଓ ଥୈଲେମସରେ ଦୁଇଟି ଅଲଗା ପ୍ରକାରର ସିଜିଆରପି ମିଳିଥିଲା । ତାହା ମୂଷାର ଆମିଗଡାଲା ସହିତ ଜଡ଼ିତ ଥିଲା ।
ମାନବ ନ୍ୟୁରାନ୍ସ ମଧ୍ୟ ସିଜିଆରପିକୁ ଦର୍ଶାଇଥାଏ । ଏଥିପାଇଁ ସର୍କିଟ ମାଇଗ୍ରେନ, ପିଟିଏସଡି ଓ ଅଟିଜିମ୍ ସ୍ପେକ୍ଟ୍ରମ ଡିଜଅର୍ଡର ପରି ସ୍ଥିତି ସୃଷ୍ଟି ହୋଇଥାଏ । ମୂଷା ଠାରେ କ୍ୟାଲସିୟମ ଇମେଜିଂ ପାଇଁ ମିନିସ୍କୋପ ନାମକ ଏକ ଛୋଟ ଡିଭାଇସ ଫିଟ୍ କରାଯାଇଥିଲା । ଏହି ଡିଭାଇସ ସହାୟତାରେ ବୈଜ୍ଞାନିକମାନେ ସିଜିଆରପି ନ୍ୟୁରାନ୍ସର ଗତିବିଧିକୁ ଟ୍ରାକ୍ କରିପାରିଥିଲେ ।
ରିପୋର୍ଟ ମୁତାବକ, ମୂଷା ଅନେକ ଥର ବିପଦର ସାମ୍ନା କରୁଥିବା ଅନୁଭବ କରିଥିଲା । ତା’ର ପାଦରେ କରେଣ୍ଟର ଛୋଟ ଝଟକା ଲାଗିବ, ଗଡ଼ଗଡ଼ାହଟ ପରି ଶବ୍ଦ ଶୁଣିବା ପରେ ସେ ନିଜକୁ ପକ୍ଷୀ ପରି ଅନୁଭବ କରିବା ଆଦି । ମୂଷା ବିପଦଜ୍ଜନକ ଶବ୍ଦ, ସ୍ୱାଦ, ଗନ୍ଧ, ସମ୍ବେଦନା ଓ ଦୃଶ୍ୟ ସଙ୍କେତର ସାମ୍ନା କରୁଥିବା ସମୟରେ ହିଁ ନ୍ୟୁରନ୍ସର ଗତିବିଧି ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ଉତ୍ତେଜନାକୁ ନିୟନ୍ତ୍ରିତ କରିବା ପାଇଁ ନ୍ୟୁରନ୍ସ ସେତେଟା ମଜବୁତ ପ୍ରତିକ୍ରିୟା ଦେଇନଥିଲା । ସିଜିଆରପି ନ୍ୟୁରନ୍ସ ସମସ୍ତ ପାଞ୍ଚ ଇନ୍ଦ୍ରିୟ ଦୃଷ୍ଟି, ଧ୍ୱନି, ସ୍ୱାଦ, ଗନ୍ଧ ଓ ସ୍ପର୍ଶର ନେଗେଟିଭ୍ ସେନ୍ସର ସଙ୍କେତ ଦ୍ୱାରା ସକ୍ରିୟ ହୋଇଥାଏ ।