ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ମଣିଷ ପରିସ୍ରାରେ ହେବ ଦାନ୍ତ, ହାଡ଼ ଚିକିତ୍ସା
‘ଅଷ୍ଟିଓଇଷ୍ଟ’ ତିଆରି ହେବ ପରିସ୍ରାରୁ । ମଣିଷଙ୍କୁ କରିବ ସୁସ୍ଥ ।
ୱାଶିଂଟନ୍: ପରିସ୍ରା ଦ୍ୱାରା ଯୋଡ଼ି ହେବ ଭଙ୍ଗା ହାଡ ଏବଂ ଦାନ୍ତ । ନିକଟରେ ଆମେରିକୀୟ ବୈଜ୍ଞାନିକ ଓ ଜାପାନ ସାଇଣ୍ଟିଷ୍ଟମାନେ ମିଶି ଏକ ସିନ୍ଥେଟିକ୍ ଇଷ୍ଟ ପ୍ରସ୍ତୁତ କରିଛନ୍ତି ।
ଯାହାଦ୍ୱାରା ହାଡ଼ ଓ ଦାନ୍ତକୁ ଯୋଡ଼ାଯାଇପାରିବ । ଏହି ସିନ୍ଥେଟିକ୍ ଇଷ୍ଟର ନାମ ‘ଅଷ୍ଟିଓଇଷ୍ଟ’ । ମଣିଷ ପରିସ୍ରାରୁ ତିଆରି ଏହି ଇଷ୍ଟରେ ହାଇଡେଆକ୍ସିଆପାଟାଇଟ୍ ଥାଏ ଯାହା ଦାନ୍ତ ଏବଂ ହାଡ଼ରେ ଏନାମେଲ ଭଳି କଠିନ ଆସ୍ତରଣ ତିଆରି କରିବାରେ ସାହାଯ୍ୟ କରିଥାଏ ।
ଦାନ୍ତ ଏବଂ ହାଡ଼ ରୋପଣରେ ହାଇଡ୍ରୋକ୍ସିଆପାଟାଇଟ୍ ବ୍ୟବହାର କରାଯାଏ । ଏହା କେବଳ ରିସାଇକେଲ୍ ମେଥଡକୁ ସାହାଯ୍ୟ କରେ ନାହିଁ, ବରଂ ଏହା ପରିବେଶକୁ ସୁରକ୍ଷିତ ମଧ୍ୟ ରଖେ ।
ୟୁନିଭର୍ସିଟି ଅଫ୍ କାଲିଫର୍ନିଆ ଏବଂ ଜାପାନର ବୈଜ୍ଞାନିକମାନେ ଏହି ଉଦ୍ଭାବନ କରିଛନ୍ତି, ଯାହା ଦାନ୍ତ ଏବଂ ହାଡ଼ ଚିକିତ୍ସାରେ ବଡ଼ ସାହାଯ୍ୟ କରିବ । ଏ ନେଇ ପ୍ରଫେସର ଡେଭିଡ୍ କିସାଲସ କହିଛନ୍ତି, ଏହି ଇଷ୍ଟ ଦ୍ୱାରା ୨ ଟି ଫଇଦା ମିଳିବ ।
ଗୋଟିଏ ହେଲା, ପରିସ୍ରା ଦ୍ୱାରା ଆବର୍ଜନା ସଫା ହେବ । ଦ୍ୱିତୀୟଟି ହେଲା, ଅଦରକାରୀ ବସ୍ତୁକୁ ମେଡିସିନ୍ ତିଆରି ହେବ ।୨୦୩୦ ବେଳକୁ ବଜାରରେ ହାଇଡ୍ରୋଆପାଟାଇଟର ମୂଲ୍ୟ ୩.୫ ବିଲିୟନ୍ ଡଲାର ମୂଲ୍ୟରେ ପହଞ୍ଚିବ ।