fbpx

ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସ୍କୋର୍‍: ୨୫ରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ

Advertisement

ଭୁବନେଶ୍ୱର : ବିଇଡି, ବିଏଚ୍‍ଇଡି ଏବଂ ଏମ୍‍ଇଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ସ୍କୋର୍‍ ପ୍ରକାଶ ପାଇବ । ଏଥିସହିତ ଆସନ୍ତା ୨୪ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୫ରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୭ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ୮ରୁ ୧୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ।

ସିଟ୍‍ ବଳକା ରହିଲେ ଅଗଷ୍ଟ ୧୪ରେ ତୃତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇ ୧୬ରୁ ୧୮ ତାରିଖ ମଧ୍ୟରେ ନାମଲେଖା ହେବ ବୋଲି ଜଣାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଅଗଷ୍ଟ ୨୪, ୫ମ ପର୍ଯ୍ୟାୟରେ ସେପ୍ଟେମ୍ବର ୪ ଏବଂ ଷଷ୍ଠ ପର୍ଯ୍ୟାୟରେ ସେପ୍ଟେମ୍ବର ୧୪ ତାରିଖର ପ୍ରୋଭିଜନାଲ ତାଲିକା ପ୍ରକାଶ ପାଇବା ସହ ନାମଲେଖା ଯଥାକ୍ରମେ ଅଗଷ୍ଟ ୨୫ରୁ ୨୮, ସେପ୍ଟେମ୍ବର ୫ରୁ ୮ ଏବଂ ସେପ୍ଟେମ୍ବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।

ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କେତୋଟି ସିଟ୍‌‌ରେ ବିଇଡି ନାମଲେଖା ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ www.te.samsodisha.gov.inମାଧ୍ୟମରେ ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି।

Get real time updates directly on you device, subscribe now.