fbpx

ସ୍କର୍ପିଓ ଓଲଟି ଶଳା-ଭିଣୋଇଙ୍କ ମୃତ୍ୟୁ

ନୂଆପଡ଼ା, ୧୨ା୧୨ (ଓଡିଶା ଭାସ୍କର): ଗତକାଲି ରାତିରେ ସିନାପାଲିର ଏକ ଗାଁକୁ ବରଯାତ୍ରୀ ଯାଇ ଫେରୁଥିବା ସମୟରେ ଶଳା-ଭିଣୋଇଙ୍କ ମୃତ୍ୟୁ ଘଟିଛି । ତେବେ ସେମାନେ ଆସୁଥିବା ସ୍କର୍ପିଓଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

ବିବାହ ଭୋଜି ଖାଇ ଖୁସିରେ ଘରକୁ ଫେରୁଥିଲେ । ମାତ୍ର ରାସ୍ତା ମଝିରେ ଥିବା ଏକ ପଥରକୁ ଧକ୍କା ଦେଇ ସ୍କର୍ପିଓଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଶଳା-ଭିଣୋଇଙ୍କ ଜୀବନ ଚାଲିଯିବା ସହ ଅନ୍ୟ ଜଣେ ଗୁରୁତର ହୋଇଛି । ତେବେ ମୃତକ ଦ୍ୱୟଙ୍କ ନାମ କଲ୍ୟାଣ ନାଗ ଓ ଲକ୍ଷ୍ମୀଣ ବାଗ ବୋଲି ଜଣାପଡ଼ିଛି ।

ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ଓ ସିନାପାଲି ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।

Get real time updates directly on you device, subscribe now.