fbpx

Scratch Card ସ୍କାମ୍ ଖାଲି କରିପାରେ ଆକାଉଣ୍ଟ…ଏପରି ନିଜକୁ ଠକାମୀରୁ ରକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଠକମାନେ ମଧ୍ୟ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଫଳରେ ସାଧାରଣ ଜନତା ସହ ପୋଲିସକୁ ମଧ୍ୟ ସହଜରେ ଚକମା ଦେଉଛନ୍ତି । ଏଭଳି ଠକମାନେ ପ୍ରିପ୍ଲାନିଂ ସହ ଶିକାରକୁ ନିଜ ଜାଲରେ ଫସାଇଥାନ୍ତି । ଏଥିମଧ୍ୟରେ ଠକାମୀର ଏକ ନୂଆ ଉପାୟ ଭାବେ ଉଭା ହୋଇଛି ‘Scratch Card Scam’ । ତେବେ ଆସନ୍ତୁ ଜାଣିବା ଏହା ଦ୍ୱାରା ଠକମାନେ କିପରି ଲୋକଙ୍କୁ ଠକିଥାନ୍ତି ।

ଆଜିକାଲି ଡିଜିଟାଲ ଯୁଗ । ଏହା ଯେତିକି ଭଲ ସେତିକି ଖରାପ । ଏହା ଦ୍ୱାରା ସାଇବର କ୍ରାଇମ୍ ଆହୁରି ସହଜ ହୋଇଯାଇଛି । ‘Scratch Card Scam’ରେ ଟାର୍ଗେଟ ବ୍ୟକ୍ତି(ଶିକାର)ଙ୍କୁ କୋରିୟର ସେବା ମାଧ୍ୟମରେ ଏକ Scratch Card ଉପହାର ଭାବେ ମିଳିଥାଏ । ଯେଉଁଥିରେ ମନଲୋଭା ଅର୍ଥ ରାଶି(ଲକ୍ଷ ଟଙ୍କା) ପୁରଷ୍କାର ପ୍ରତିଶ୍ରୁତି ଦିଆଯାଇଥାଏ । ଏହି Scratch Cardରେ ଦିଆଯାଇଥିବା ନମ୍ବରରେ ଫୋନ୍ କରି ନିଜ ପୁରଷ୍କାର ରାଶି ଗ୍ରହଣ କରିନେବା ପାଇଁ କୁହାଯାଇଥାଏ । ଏହା ମାଧ୍ୟମରେ ଗ୍ରାହକ ଜଣଙ୍କ ଠକଙ୍କ ଜାଲରେ ଫସିଯାଏ । କାର୍ଡ଼ରେ ଦିଆଯାଇଥିବା ନମ୍ବରରେ କଲ କରିବା ପରେ ଗ୍ରାହକଙ୍କ ଠାରୁ ବ୍ୟକ୍ତିଗତ ସୂଚନା, ବ୍ୟାଙ୍କ ଡିଟେଲ୍ସ ଇତ୍ୟାଦି ବିଷୟରେ ସୂଚନା ଆଦାୟ କରିଥାଏ । ପୀଡ଼ିତ ବ୍ୟକ୍ତି ଜଣଙ୍କ ଅଜାଣତରେ ଠକାମୀର ଶିକାର ହୋଇଥାନ୍ତି ।

ଏପରି ସ୍କାମରୁ ନିଜକୁ କିପରି ରକ୍ଷା କରିବେ ?

୧. ଅଜଣା ସ୍କ୍ରାଚ୍ କାର୍ଡ଼ ପ୍ରତି ସାବଧାନ ରୁହନ୍ତୁ । ଉପହାର ମିଳିଲେ ରିଆକ୍ଟ କରନ୍ତୁ ନାହିଁ । ସନେ୍ଦହ ହେଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ ।

୨. ଲଟେରୀ କିମ୍ବା ପୁରଷ୍କାର ଜିତିବା ପାଇଁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ । କେହି ଆପଣଙ୍କୁ ଏଥିପାଇଁ ଚାର୍ଜ କରିଲେ ଏହା ସ୍କାମ୍ ବୋଲି ଜାଣନ୍ତୁ ।

୩. ସ୍କ୍ରାଚ୍ କାର୍ଡ଼ର ସୋର୍ସ ବିଷୟରେ ଜାଣନ୍ତୁ । ବୈଧ କମ୍ପାନୀ କିମ୍ବା ୱେବସାଇଟର ଅଥେଣ୍ଟିସିଟି ଯାଞ୍ଚ୍ କରନ୍ତୁ ।

୪. ସ୍କ୍ରାଚ୍ କାର୍ଡ଼ କିମ୍ବା କୌଣସି ପୁରସ୍କାର ରିଡିମ କରିବା ନେଇ କାହାକୁ ବ୍ୟକ୍ତିଗତ ଡିଟେଲ୍ସ ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.