fbpx

ଗୁଗଲରେ ଏପରି ଜିନିଷ ଆଦୌ ସର୍ଚ୍ଚ କରନ୍ତୁ ନାହିଁ, ଅନ୍ୟଥା ଜେଲ୍ ଦଣ୍ଡ ସହ ଦେବାକୁ ପଡିବ ମୋଟା ଅଙ୍କା ଜୋରିମାନା

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋଟି କୋଟି ଲୋକ ଗୁଗଲର ଉପଯୋଗ କରୁଛନ୍ତି । ଗୁଗଲ ଯେପରି ଆମ ସମସ୍ତଙ୍କ ଲାଗି ଅପରିହାର୍ଯ୍ୟ ହୋଇପଡିଛି । କିନ୍ତୁ ଆପଣ ଗୁଗଲରେ ସର୍ଚ୍ଚ କରିବା ସମୟରେ ସାବଧାନ ରହିବା ଉଚିତ । କାରଣ ଏପରି କିଛି ଆପତ୍ତିଜନକ ଜିନିଷ ରହିଛି ଯାହା ଗୁଗଲରେ ସର୍ଚ୍ଚ କରିବା ଏକ ଅପରାଧ ଅଟେ ଓ ଏଥିପାଇଁ ଆପଣଙ୍କୁ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡିପାରେ ।

ବହୁ ଲୋକଙ୍କ ଲାଗି ଇଣ୍ଟରନେଟର ଅର୍ଥ ହିଁ ଗୁଗଲ । କିନ୍ତୁ ଏହି ପ୍ଲାଟଫର୍ମରେ ଆପଣ ଏପରି କିଛି ଜିନିଷ ସର୍ଚ୍ଚ କରିବା ଅନୁଚିତ । ଗୁଗଲରେ ସର୍ଚ୍ଚ କରି ଆପଣ ବହୁ ଜିନିଷ ଜାଣି ପାରିଥାନ୍ତି । କିନ୍ତୁ ଏପରି ଏକ ତାଲିକା ରହିଛି ଯେଉଁଥିରେ ଦର୍ଶାଯାଇଛଇ ଆପଣ ଗୁଗଲରେ କ’ଣ ସର୍ଚ୍ଚ କରିପାରିବେ ନାହିଁ ।

ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ଚାଇଲ୍ଡ ପର୍ଣ୍ଣ । ଏହି ପ୍ରକାର ପର୍ଣ୍ଣ ଦେଖିବା କିମ୍ବା କ୍ରିଏଟ୍ କରିବା ଉଭୟ ଆଇନତଃ ଅପରାଧ । ଏହି ପ୍ରକାର ଜିନିଷ ଗୁଗଲରେ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ଉପରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଲୋକମାନେ ଗୁଗଲରେ ବିଭିନ୍ନ ଜିନିଷ ତିଆରି କରିବାର ଉପାୟ ଖୋଜିଥାନ୍ତି । ଯଦି ଆପଣ ଏଥିରେ ବମ୍ ତିଆରି କରିବାର ଉପାୟ ଖୋଜିବେ ତେବେ ଆପଣଙ୍କୁ ନିଶ୍ଚୟ ଜେଲ୍ ଯିବାକୁ ପଡିବ । ଏହି ପ୍ରକାର ସର୍ଚ୍ଚ ବିଷୟରେ ସୂଚନା ଗୁଗଲ ତୁରନ୍ତ ସିକ୍ୟୁରିଟୀ ସଂସ୍ଥାକୁ ଦେଇଥାଏ ।

କାହାର ବି ବ୍ୟକ୍ତିଗତ ଫଟୋ କି ଭିଡିଓ ବିନା ଅନୁମତିରେ ସେୟାର କରିବା ମଧ୍ୟ ଏକ ଅପରାଧ । ଏହି ମାମଲାରେ ବି ଆପଣଙ୍କୁ ଜେଲ୍ ହୋଇପାରେ । କୌଣସି ଯୌନ ଉତ୍ପୀଡନ ମାମଲାରେ ପୀଡିତଙ୍କ ନାମ କି ଫଟୋ ସେୟାର କରିବା ମଧ୍ୟ ଆଇନତଃ ଅପରାଧ ।

ଫିଲ୍ମ ପାଇରେସୀ ମଧ୍ୟ ଏକ ଅପରାଧ । ଏହି ପ୍ରକାର କୌଣସି ଫିଲ୍ମକୁ ଡାଉନଲୋଡ କରିବା ମଧ୍ୟ ଅପରାଧ । ଏପରି କଲେ ଆପଣଙ୍କୁ ସିନେମାଟୋଗ୍ରାଫୀ ଆଇନ ୧୯୫୨ ଜରିଆରେ ଜେଲ ଦଣ୍ଡ ଭୋଗିବାକୁ ପଡିବା ସହିତ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ ।

Get real time updates directly on you device, subscribe now.