fbpx

ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସିଟ୍‍ ଆବଣ୍ଟନ ତାଲିକା,କାଲିଠୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ

ଭୁବନେଶ୍ୱର: ବିଇଡି ଏବଂ ଏମଇଡି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଆସନ୍ତାକାଲିଠାରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବାକୁ ଥିବା ବେଳେ ଅଗଷ୍ଟ ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୮ରୁ ୧୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ବଳକା ସିଟ୍‍ ପାଇଁ ଅଗଷ୍ଟ ୧୪ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

ସିଟ୍‍ ବଳକା ରହିଲେ ଅଗଷ୍ଟ ୧୪ରେ ତୃତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇ ୧୬ରୁ ୧୮ ତାରିଖ ମଧ୍ୟରେ ନାମଲେଖା ହେବ ବୋଲି ଜଣାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଅଗଷ୍ଟ ୨୪, ୫ମ ପର୍ଯ୍ୟାୟରେ ସେପ୍ଟେମ୍ବର ୪ ଏବଂ ଷଷ୍ଠ ପର୍ଯ୍ୟାୟରେ ସେପ୍ଟେମ୍ବର ୧୪ ତାରିଖର ପ୍ରୋଭିଜନାଲ ତାଲିକା ପ୍ରକାଶ ପାଇବା ସହ ନାମଲେଖା ଯଥାକ୍ରମେ ଅଗଷ୍ଟ ୨୫ରୁ ୨୮, ସେପ୍ଟେମ୍ବର ୫ରୁ ୮ ଏବଂ ସେପ୍ଟେମ୍ବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।

ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କେତୋଟି ସିଟ୍‌‌ରେ ବିଇଡି ନାମଲେଖା ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ www.te.samsodisha.gov.inମାଧ୍ୟମରେ ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି।

Get real time updates directly on you device, subscribe now.