ଉତ୍କଳ ହସ୍ପିଟାଲରେ ଦ୍ଵିତୀୟ Bone marrow ପ୍ରତିରୋପଣ; ସଫଳତା ହାସଲ କଲେ ଡାକ୍ତରୀ ଟିମ୍

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ଦ୍ଵିତୀୟ Bone marrow(Multiple Myeloma)ପ୍ରତିରୋପଣ ସଫଳତାର ସମ୍ପନ୍ନ ହେବା ହୋଇଛି । ପୀଡ଼ିତା ଜଣେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ, ଚିକିତ୍ସା ପାଇଁ ଉତ୍କଳ ହସ୍ପିଟାଲର ଅଙ୍କୋଲୋଜି ବିଭାଗର ମୁଖ୍ୟ, ଡ଼ାକ୍ତର ରଞ୍ଜନ କୁମାର ମହାପାତ୍ର, Medical Oncologist ଙ୍କୁ ଦେଖାଇଥିଲେ ।

ଡାକ୍ତରଙ୍କ ପରାମର୍ଶ କ୍ରମେ Bone Marrow ପ୍ରତିରୋପଣ ପାଇଁ ମେଡିକାଲ୍ ଅଙ୍କୋଲୋଜି ଏବଂ Heematology ଏକ ଡ଼ାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଉକ୍ତ ଟିମରେ ଡ଼ା ସୁଶାନ୍ତ କୁମାର ପାଇକରାୟ, Senior Consultant Medical oncologist, ଡ଼ା ଚିନ୍ମୟ ପାଣି , Senior Consultant Medical Oncologist, ଡା ବିଶ୍ୱଜିତ୍ ଭୁୟାଁ, Hematologist ଏବଂ ସହଯୋଗୀ କର୍ମଚାରୀ ମାନଙ୍କ ସହାୟତାରେ Bone Marrow ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

ପୀଡିତା 15 ଦିନ ପରେ ହସ୍ପିଟାଲ୍ ରୁ ସୁସ୍ଥ ହୋଇ ତାଙ୍କ ଘରକୁ ଯାଇଛନ୍ତି । Bone Marrow, stem cell, (ଅସ୍ଥିମଜ୍ଜା) ହେଉଛି ଏକ ନରମ ଟିସୁ ଯାହା ହାଡ଼ ଭିତରେ ଥାଏ । ଏହା ରକ୍ତ କଣିକା ଉତ୍ପାଦନରେ ସହାୟତା କରିଥାଏ ।

ଏହି ସଫଳତା ପାଇଁ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରେ ରହୁଥିବା ହସ୍ପିଟାଲର ଚେୟାରମ୍ୟାନ ଡା ଆଦିତ୍ୟ ସାମଲ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ସେ କହିଥିଲେ, ଉତ୍କଳ ହସ୍ପିଟାଲରେ ପାଞ୍ଚ ଗୋଟି ଶଯ୍ୟା ବୋନ ମାରୋ ପ୍ରତିରୋପଣ ପାଇଁ ରଖା ଯାଇଛି । ପରିଚାଳନା ନିର୍ଦେଶକ ଡ଼ା ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ ଡ ରଞ୍ଜନ କୁମାର ମହାପାତ୍ର, ଆଇସିୟୁ ମୁଖ୍ୟ ଡ଼ାକ୍ତର, ଡା ବିଶ୍ୱ ବିକାଶ ମହାନ୍ତି, C. O. O., Mr .Manav ଏବଂ ପ୍ରମୁଖ ପରିଚାଳନା ସଦସ୍ୟ ମାନେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।