fbpx

ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି

ପୁରୀ,୧୬ ।୨(ଓଡିଶା ଭାସ୍କର): ପୁରୀ ଚନ୍ଦ୍ରଭାଗା ମାଘ ମେଳା ପଡିଆରେ ୧୪୪ ଧାରା ଜାରି ହୋଇଛି । କରୋନା ଦୃଷ୍ଟିରୁ ଜନସମାଗମ ରୋକିବାକୁ ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । ୧୮ ଫେବ୍ରୁଆରୀ ଦିନ ୧୧ଟାରୁ ୧୯ ତାରିଖ ଦିନ ୧ଟା ଯାଏଁ ଏହି ଧାରା ଲାଗୁ ହୋଇଛି । ଚନ୍ଦ୍ରଭାଗାରେ ବୁଡ ପକାଇବା ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଲାଗିଛି । ସର୍ବାଧିକ ୫ ଶହ ଲୋକଙ୍କ ଉପସ୍ଥିତିରେ କେବଳ ପୂଜା ବିଧି ସମ୍ପର୍ଣ୍ଣ ହେବ । ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ନେଇ ପ୍ରଶାସନ ବାରଣ କରିଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ୩ ଠାକୁରଙ୍କ ଶୋଭାଯାତ୍ରା ଓ ମହାସ୍ନାନ ଜାରି ରହିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.