fbpx

(Video) ଠିପିର ରଙ୍ଗ ଦେଖି କିଣନ୍ତୁ ପାଣି ବୋତଲ; କ୍ୟାପ୍‌ରେ ପ୍ରତ୍ୟେକ ରଙ୍ଗର ରହିଛି ନିଜସ୍ୱ ଅର୍ଥ

Advertisement

ଓଡ଼ିଶା ଭାସ୍କର: ବଜାରରେ ସବୁକିଛି କିଣା ମିଳୁଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ଦୋକାନରେ ସବୁକିଛି ରଖୁଛନ୍ତି । ତେଣୁ ସବୁକିଛି ମାର୍କେଟରେ ମିଳିଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦରକାରୀ ଜିନିଷ ବିଷୟରେ କହିବୁ ଯାହାକୁ ଦୋକନରୁ କିଣିଲେ ଆପଣ ପ୍ରଥମେ ଯାଞ୍ଚ କରନ୍ତି ନାହିଁ । ଯାହା ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଅଧିକ ଆଶଙ୍କା ଥାଏ । ଆପଣ ନିଶ୍ଚିତ ଭାବରେ ମାର୍କେଟରୁ ପାଣି ବୋତଲ କିଣିଥିବେ ।

ହେଲେ ଏହି ବୋତଲ କିଣିବା ପୂର୍ବରୁ, ଆପଣ ଏହାର କ୍ୟାପ୍‌ର ରଙ୍ଗ ଯାଂଚ କରନ୍ତି କି? ଯଦି ନୁହେଁ ତେବେ ଏବେଠୁ ପାଣି ବୋତଲ କିଣିଲେ ତାହାର ଠିପିକୁ ଯାଞ୍ଚ କରି ପାଣି ବୋତଲ କିଣନ୍ତୁ । ପୂର୍ବରୁ ଲୋକମାନେ ନଦୀ ଓ ପୋଖରୀରୁ ପାଣି ପିଉଥିଲେ । କିନ୍ତୁ ବର୍ତମାନ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନଦୀ ପୋଖରୀର ପାଣିକୁ ଆଉ ସିଧାସଳଖ ପିଇବା ଦେହ ପାଇଁ ହାନିକାରକ ।ଏହି କାରଣରୁ ଲୋକମାନେ ମାର୍କେରୁ ପାଣି ବୋତଲ କିଣି ପିଉଛନ୍ତି ଯାହା ଆକଣଙ୍କର ଶୋଷ ମେନ୍ଟାଇ ଥାଏ । ଏହି ପାଣି ବୋତଲଗୁଡିକ ଶୁଦ୍ଧ ବୋଲି କୁହାଯାଏ । ଆପଣ ମଧ୍ୟ ନିଜ ଜୀବନରେ ଅନେକ ଥର ପାଣି ବୋତଲ କିଣିଥିବେ । କିନ୍ତୁ ଆପଣ କେବେ ଏହାର କ୍ୟାପ ବା ଠିପିର ରଙ୍ଗକୁ ଯାଂଚ କରନ୍ତି କି?

ବଜାରରେ ଅନେକ ବ୍ରାଣ୍ଡର ପାଣି ବୋତଲ ଉପଲବ୍ଧ । ଲୋକମାନେ ଥଣ୍ଡା କିମ୍ବା ନର୍ମାଲ ପାଣି ବୋତଲ କିଣନ୍ତି । କିନ୍ତୁ ଆପଣ କେବେ ଏହି ବୋତଲଗୁଡ଼ିକର କ୍ୟାପ୍ ପ୍ରତି ଧ୍ୟାନ ଦେଇଛନ୍ତି କି? ଅନେକ ବୋତଲ ବିଭିନ୍ନ ରଙ୍ଗର କ୍ୟାପ୍ ସହିତ ପ୍ୟାକ୍ ହୋଇଛି । କ୍ୟାପ୍‌ରେ ପ୍ରତ୍ୟେକ ରଙ୍ଗର ନିଜସ୍ୱ ଅର୍ଥ ରହିଛି । ତେବେ ଆଜି ଆସନ୍ତୁ ଜାଣିବା ରଙ୍ଗ ଅନୁଯାୟୀ କ୍ୟାପ୍‌ର ଅର୍ଥ କଣ? ଯଦି ଆପଣ ପାଣି ବୋତଲ କିଣିଛନ୍ତି ତେବେ ନିଶ୍ଚିତ ଭାବରେ ଏହାର କ୍ୟାପ୍‌ର ରଙ୍ଗ ଯାଂଚ କରନ୍ତୁ । ସେହି ବୋତଲରେ ଥିବା ପାଣିର ରଙ୍ଗ ସହିତ ସମାନ ଅର୍ଥ ରହିଥାଏ । କ୍ୟାପ୍ ରଙ୍ଗ ଯାଂଚ ନକରି କଦାପି ବୋତଲ କିଣନ୍ତୁ ନାହିଁ ।

ତେବେ ପାଣି ବୋତଲରେ ଧଳା ରଙ୍ଗର କ୍ୟାପ୍ ଲାଗିଥିଲେ ଆପଣ ଏହାର ଅର୍ଥ ବୋତଲରେ ଥିବା ପାଣି ପ୍ରକ୍ରିୟାକରଣ ବୋଲି ବୁଝିଯାଆନ୍ତୁ । ଏବଂ କଳା ରଙ୍ଗର କ୍ୟାପ୍‌ର ଅର୍ଥ ହେଉଛି ପାଣି କ୍ଷାରୀୟ । ନୀଳ ରଙ୍ଗର କ୍ୟାପ୍‌ର ଅର୍ଥ ହେଉଛି ଏକ ଝରଣାରୁ ପାଣି ସଂଗ୍ରହ କରାଯାଇଛି । ଏବଂ ସବୁଜ ରଙ୍ଗର କ୍ୟାପ୍‌ର ଅର୍ଥ ହେଉଛି ପାଣିରେ ଆର୍ଟିଫେସିଆଲ୍ ଟେଷ୍ଟ ମିଶା ଯାଇଛି । ତେବେ ଆପଣଙ୍କୁ ଯେଉଁ ପାଣି ଦରକାର ଦୋକାନୀକୁ ସେହି ରଙ୍ଗର କ୍ୟାପ୍ ମାଗି ଆପଣ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.