fbpx

ରାକ୍ଷସ ପରି ମଣିଷ ଶିକାର କରୁଛି ଏକ ସାମୁଦ୍ରିକ ପକ୍ଷୀ, ଜାଣନ୍ତୁ କେଉଁଠି

Advertisement

ନୂଆଦିଲ୍ଲୀ: ସାଧାରଣତଃ ଆମ ଚାରିପାଖରେ ଅନେକ ଭୟଙ୍କର ପଶୁ ଓ ପକ୍ଷୀ ବାସ କରନ୍ତି । ତେବେ ଅନେକ ପକ୍ଷୀ ହିଂସ୍ର ହୋଇଥିଲେ ମଧ୍ୟ ସେମାନେ ମଣିଷର କୌଣସି କ୍ଷତି ସାଧନ କରନ୍ତି ନାହିଁ । ବେଳେବେଳେ ଅନେକ ଭୟଙ୍କର ପକ୍ଷୀ ମଣିଷକୁ ଆକ୍ରମଣ କରୁଥିବାର ଅନେକ ନଜିର ରହିଛି । ତେବେ ବର୍ତ୍ତମାନ ସମୟରେ ବ୍ରିଟେନରୁ ଏକ ଖତରନାକ ଖବର ସାମନାକୁ ଆସିଛି । ଏକ ଭୟଙ୍କର ପକ୍ଷୀକୁ ନେଇ ସମୁଦ୍ରକୂଳ ନିକଟବର୍ତ୍ତୀ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ପକ୍ଷୀ ଅନେକ ଲୋକଙ୍କୁ ଆକ୍ରମଣ କରି ଶିକାର ବନାଉଥିବା ଖବର ମିଳିଛି । ତେଣୁ ଉକ୍ତ ପକ୍ଷୀର ହିଂସ୍ର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ହେଲମେଟ ପରିଧାନ କରୁଥିବା ଦେଖାଯାଉଛି । ଅନେକ ସମୟରେ ଏହି ପକ୍ଷୀ କାନ୍ଥ କିମ୍ବା ବୃକ୍ଷରେ ଲୁଚି କରି ଆକ୍ରମଣ କରୁଥିବାରୁ ସ୍ଥାନୀୟ ଲୋକଙ୍କର ଆଶଙ୍କା ବଢ଼ିଯାଇଛି ।

ତେବେ ଆତଙ୍କର ବାତାବରଣ ଖେଳାଇ ଦେଇଥିବା ଏହି ପକ୍ଷୀର ନାମ ହେଉଛି ସିଗଲ । କୁହାଯାଉଛି ଯେ, ମଣିଷମାନେ ଏହି ପକ୍ଷୀର ଅନିଷ୍ଟ କରିବାକୁ ଚାହୁଁଥିବା ତା’ର ହୃଦବୋଧ ହୋଇଛି, ତେଣୁ ସେ ଆକ୍ରମଣ କରୁଛି । ସମୁଦ୍ର କୂଳମାନଙ୍କରେ ରହୁଥିବା ଚୌକାଦାର ଓ ପୋଷ୍ଟ ମ୍ୟାନ ସିଗଲ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହେଲମେଟର ବ୍ୟବହାର କରିବା ସହ ଘରର ଛାତ ତଳେ ଆଶ୍ରୟ ନେଉଛନ୍ତି । ତେବେ ସିଗଲର କାରନାମା ଏତେ ବଢ଼ିଗଲାଣି ଯେ, ରୟାଲ ମେଲ ପକ୍ଷରୁ ପୋଷ୍ଟ ପହଞ୍ଚିବାରେ ବିଳମ୍ବ ହେବ ବୋଲି ଅନେକ ପରିବାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଉଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛୋଟ ପିଲା ଓ ଡେଲିଭରି ବଏମାନଙ୍କୁ ସତର୍କ କରି ଦିଆଯାଇଛି । ଗୋଟିଏ ମାମୁଲି ପକ୍ଷୀ ହେଲେ ମଧ୍ୟ ସିଗଲ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ତେବେ ସିଗଲ ଆକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିଲେ ହେଁ ଲୋକଙ୍କର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନଥିବା କୁହାଯାଇଛି ।

Get real time updates directly on you device, subscribe now.