fbpx

କ୍ରିକେଟ ଦେଖିବାକୁ ଭାରତ ଆସିଥିଲେ ସୀମା ହାଇଦର, ୨୦୨୩ ବିଶ୍ୱକପ ପରେ ପୁଣି ସେ ପାକିସ୍ତାନ ଫେରିଯିବେ!

ଓଡିଶା ଭାସ୍କର; କ୍ରିକେଟକୁ ବହୁତ ଭଲ ପାଉଥିଲା ସୀମା ହାଇଦର । ସେଥିପାଇଁ ସେ ୨୦୨୩ ବିଶ୍ୱକପ ଦେଖିବାକୁ ଭାରତ ଆସିଥିଲା । ଆଉ କ୍ରିକେଟର ମାନଙ୍କ ମଧ୍ୟରେ ସବୁଠୁ ତାଙ୍କର ଅଧିକ ପ୍ରିୟ ସଚିନ ତେନ୍ଦୁଲକର ଥିଲେ । ସେଥିପାଇଁ ସେ ସଚିନକୁ ବାହା ହେଇଥିଲେ । ଆଉ ଏସବୁ ସୀମାର ଗୋଟିଏ ପ୍ଲାନ, କ୍ରିକେଟ ଖେଳ ସରିଲା ପରେ ପୁଣିଥରେ ସେ ଭାରତରୁ ପାକିସ୍ତାନ ଫେରିଯିବ । ଏକଥା ଶୁଣିବା ପରେ ପ୍ରେମିକ ତଥା ସ୍ୱାମୀ ସଚିନ ମୀଣା କାନ୍ଦି କାନ୍ଦି ବେହାଲ ହୋଇଯାଉଛନ୍ତି । ଏହା ସହ ଖୁବଶୀଘ୍ର ସୀମା-ସଚିନଙ୍କ ପ୍ରେମରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ତେବେ ଏକଥା ସୀମାଙ୍କର ପୂର୍ବତନ ପାକିସ୍ତାନୀ ପ୍ରେମିକ ଓସାମା କହୁଛନ୍ତି ।

ସୂଚନା ଅନୁଯାୟୀ, ପାକିସ୍ତାନି ୟୁଟ୍ୟୁବର ବାସଦ ଅଲ୍ଲୀଙ୍କ ଭିଡିଓରେ ଓସାମା ନାମକ ଜଣେ ବ୍ୟକ୍ତି ସାମ୍ନାକୁ ଆସିଥିଲେ । ଯିଏ ନିଜକୁ ସୀମାଙ୍କ ପୂର୍ବତନ ପ୍ରେମିକ ବୋଲି କହିଛନ୍ତି । ଏଥିରେ ସୀମାଙ୍କର ପୂର୍ବତନ ପ୍ରେମିକ କହିଛନ୍ତି ଯେ ସୀମାଙ୍କୁ କ୍ରିକେଟ ବୁହତ ପସନ୍ଦ । ଏଣୁ ସୀମା କେବଳ ବିଶ୍ୱକପ ଦେଖିବା ପାଇଁ ଭାରତ ଯାଇଛି । ସେ ବିଶ୍ୱକପ ଦେଖିବାର କୌଣସି ମଉକା ଛାଡିବାକୁ ଚାହେଁନି । ବିଶ୍ୱକପ ଦେଖିବାପରେ ସେ ପୁଣି ପାକିସ୍ତାନ ଫେରିଆସିବ । ତାଙ୍କ ପୂର୍ବତନ ପ୍ରେମୀ ଏହା ବି କହିଛନ୍ତି ସୀମାକୁ ସଚିନ ତେନ୍ଦୁଲକର ବହୁତ ପସନ୍ଦ । ସେଥିପାଇଁ ସଚିନ ମୀଣାଙ୍କୁ ସେ ଭାରତରେ ବାଛିଛନ୍ତି । ତେବେ ଏହି କଥାକୁ ନେଇ ଧର୍ୟ୍ୟ ଧରି ପାରୁନାହାନ୍ତି ସଚିନ । ସେ ଛୋଟ ପିଲା ପରି କାନ୍ଦିବାରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ସୀମା ପୁଣି ନିଜ ଜନ୍ମମାଟି ପାକିସ୍ତାନକୁ ଫେରିଯିବେ । ହେଲେ ସାମ୍ନାକୁ ଆସିଥିବା ଭିଡିଓ ଓ ସୀମା ପାକିସ୍ତାନ ଫେରିଯିବା କଥା ଯାହା ପୂର୍ବତନ ପ୍ରେମିକ ଦାବି କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କାରଣ ସୀମା ନିଜେ ଅନେକ ଥର କହିଛନ୍ତି ଯେ, ସେ ସଚିନଙ୍କୁ ଛାଡି କୁଆଡେ ବି ଯିବେ ନାହିଁ ।

Get real time updates directly on you device, subscribe now.