fbpx

Women’s World Cup Cricket: ପ୍ଲେଇଂ-୧୧ରୁ ଶେଫାଳୀ ବର୍ମା ଆଉଟ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପର ପ୍ରଥମ ମୁକାବିକାଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇଥିଲା । ତେବେ ଆଜି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ପଡ଼ିଆକୁ ଓହ୍ଲାଇଥିବା ବେଳେ ପ୍ଲେଇଂ-୧୧ରେ କିଛି ପରିବର୍ତ୍ତନ କରାଯାଇଛି । ୧୮ ବର୍ଷୀୟା ଯୁବା ଖେଳାଳୀ ଶେଫାଳୀ ବର୍ମା ଟିମର ବାହାର ହୋଇଛନ୍ତି । ଗତ କିଛିଦିନ ଧରି ଶେଫାଳୀଙ୍କ ପ୍ରଦର୍ଶନ ଖରାପ ରହିଥିଲା । ଖରାପ ଫର୍ମ କାରଣରୁ ସେ ପାକିସ୍ତାନ ବିପକ୍ଷରେ ମ୍ୟାଚରେ ଖାତା ଖୋଲି ପାରିନଥିଲେ ।

ଶେଫାଳୀ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛନ୍ତି । ଗତ ୫ଟି ମ୍ୟାଚରେ ୪ଟି ପାଳିରେ ୩ ଥର ଶୂନ୍ୟରେ ଆଉଟ ହୋଇଥିଲେ । କେବଳ ଗୋଟିଏ ମ୍ୟାଚରେ ମାତ୍ର ୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଏହି ୫ଟି ମ୍ୟା ପୂର୍ବରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଗତ ୮ଟି ଦିନିକିଆ ଓ ଦୁଇଟି ଟି-୨୦ରେ ସେ ମୋଟ ୧୩୬ ରନ୍ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ ଯେ, ଶେଫାଳୀ ବର୍ତ୍ତମାନ ସୁଦ୍ଧା ୧୨ଟି ଦିନିକିଆ, ୨ଟି ଟେଷ୍ଟ ଓ ୨୯ଟି ଟି-୨୦ ଖେଳିସାରିଛନ୍ତି । ସେ ଟେଷ୍ଟରେ ୨୪୨, ଦିନିକିଆରେ ୨୬୦ ଓ ଟି-୨୦ରେ ୭୦୦ ରନ୍ ସଂଗ୍ରହ କରିଥିବା ବେଳେ କୌଣସି ଫର୍ମାଟରେ ଶତକ ହାସଲ କରିନାହାନ୍ତି ।

Get real time updates directly on you device, subscribe now.