fbpx

ଏଲିମିନେଟର ମ୍ୟାଚକୁ ନେଇ ସେହୱାଗ ଓ ପାର୍ଥିବଙ୍କ ସତର୍କବାଣୀ: ଲକ୍ଷ୍ନୌ ପାଇଁ ଘାତକ ହୋଇପାରେ ଏହି ଦୁର୍ବଳତା

ନୂଆଦିଲ୍ଲୀ: ନିଜ ପ୍ରଥମ ସିଜନରେ ହିଁ ପ୍ଲେଅଫରେ ସ୍ଥାନ ପାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସିଜନରେ ଦମଦାର ଏଣ୍ଟ୍ରି ପରେ କିଛିଟା ମ୍ୟାଚରେ ଦଳ ସାମାନ୍ୟ ଲୟ ହରାଇଥିବା ମନେ ହେଉଛି । କୋଲକାତା ନାଇଟ ରାଇଡର୍ସକୁ ହରାଇ ଦଳ ତୃତୀୟ ସ୍ଥାନରେ ପ୍ଲେଅଫକୁ ପହଞ୍ଚିଛି । ତେବେ ଆଜି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏଲିମିନେଟର ମ୍ୟାଚ ଖେଳିବ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ଗୋଟିଏ ଦଳକୁ ବିଦାୟ ନେବ ଏବଂ ଅନ୍ୟ ଦଳ ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ଭେଟିବ । ତେବେ ଆଜିର ମ୍ୟାଚରେ ପାଇଁ କେଉଁ ଦୁର୍ବଳତା ବେଶୀ ଅସୁବିଧା କରିବ ସେ ନେଇ ସତର୍କବାଣୀ କରିଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ଏବଂ ପାର୍ଥିବ ପଟେଲ ।

ସେହୱାଗ କହିଛନ୍ତି ଯେ, ଦଳ ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଏବଂ ରାହୁଲଙ୍କ ଉପରେ ଦରକାରଠୁ ଅଧିକ ନିର୍ଭର କରୁଛି । ଯାହା ଦଳ ପାଇଁ ଆଜି ଘାତକ ସାବ୍ୟସ୍ତ ହୋଇପାରେ । ଉଭୟ ଖେଳାଳି ଫେଲ ମାରିଲେ ଦଳର ମଧ୍ୟକ୍ରମ ମଧ୍ୟ ଫେଲ ମାରିଥିବା ଅନେକ ମ୍ୟାଚରେ ଦେଖିବାକୁ ମିଳିଛି । ଏହାବ୍ୟତୀତ ଦଳରେ ବ୍ୟାଟିଂ ଅର୍ଡରକୁ ନେଇ ହେଉଥିବା ଏକ୍ସପେରିମେଣ୍ଟ ମଧ୍ୟ ଦଳ ପାଇଁ ଅସୁବିଧା କରିପାରେ । ତେଣୁ ଏହି କ୍ଷେତ୍ରରେ ଟିମ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ରାହୁଲ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ।

ଅନ୍ୟ ପକ୍ଷରେ ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କହିଛନ୍ତି ଯେ, ତୃତୀୟ ନମ୍ବରରେ ଭିନ୍ନ ଭିନ୍ନ ଖେଳାଳିଙ୍କୁ ଖେଳାଇବା ଦଳର ଭୁଲ ନିଷ୍ପତ୍ତି ପ୍ରମାଣିତ ହୋଇପାରେ । ପ୍ରଥମେ ଏହା ଦଳ ପାଇଁ ମଜବୁତ ଅଂଶ ଥିବା ବେଳେ ଏବେ ବିପଦ ପାଲଟିଛି ଏହି ନିଷ୍ପତ୍ତି । ତେବେ ଦଳର ଷ୍ଟାର ବୋଲର ମହସିନ ଖାନଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ବାମହାତୀ ପେସ ବୋଲରଙ୍କ ବିରୋଧରେ ଫାଫ ଡୁ ପ୍ଲେସିସ ଏବଂ ବିରାଟ କୋହଲି ସଂଘର୍ଷ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.