ଇନଷ୍ଟାଗ୍ରାମରୁ ପତ୍ନୀଙ୍କୁ ଅନଫଲୋ କରିଛନ୍ତି ସେହୱାଗ୍‌, ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଉଠିଛି ଝଡ଼

ନୂଆଦିଲ୍ଲୀ: ଅଲଗା ହେବେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ଶେହୱାଗ୍ ଏବଂ ତାଙ୍କ ପତ୍ନୀ ଆରତୀ ଅହଲାୱତ୍‌।
ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରିଛନ୍ତିା

ଏଭଳି କିଛି ଗୁଜବ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛିା

ସ୍ୱାମୀ- ସ୍ତ୍ରୀ ଭିତିରି କଥା: ବିରେନ୍ଦ୍ର ଏବଂ ଆରତୀଙ୍କ ୨୦ ବର୍ଷର ସମ୍ପର୍କ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରି ମନେ ହେଉଛି ।

ସେମାନେ କୁଆଡ଼େ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତିା ଏହି ଖବର ଅନେକଙ୍କ ମନକୁ ଆଘାତ ଦେଇଛିା

ଏମିତିକି ସେହୱାଗଙ୍କ ଅପଡେଟ୍ ଏବଂ ପୋଷ୍ଟରେ ବି ତାଙ୍କ ପତ୍ନୀଙ୍କ ସହ କୌଣସି ଫଟୋ ନାହିାଁ

ଏହା ପୂର୍ବରୁ ଦୀପାବଳି ସମୟରେ ବି ସେହୱାଗ କେବଳ ଆରତୀ ଏବଂ ପିଲାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲୋ

କେତେ ପୁରୁଣା ସମ୍ପର୍କ: ୨୦୦୪ ମସିହାରେ ବିରେନ୍ଦ୍ର ସେହୱାଗ୍ ଏବଂ ଆରତୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୋ

ତାଙ୍କର ଦୁଇ ପୁଅ ଆର୍ଯ୍ୟବୀର ଏବଂ ବେଦାନ୍ତ । ଉଭୟ କ୍ରିକେଟ ଦୁନିଆରେ ସକ୍ରିୟ ଅଛନ୍ତିା

ଏତେ ବର୍ଷର ସମ୍ପର୍କ ଥାଇ ବି ପରସ୍ପର ବିଷୟରେ ଚର୍ଚ୍ଚା ହେଉଥିବା ଗୁୁଜବକୁ ନେଇ ଦୁହିଁଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଚହଲ ଏବଂ ଧନଶ୍ରୀ: ନିକଟରେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲୋ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ତାଙ୍କ ଛାଡ଼ପତ୍ର ଗୁଜବ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲ।।

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ କିଛି ବି ଠିକ୍ ନାହିାଁ କିଛି ମାସ ହେଲା ସେମାନେ ଅଲଗା ରହୁଛନ୍ତିା

ଏମିତିକି ସେମାନଙ୍କ ଭିଡିଓ କଲର ସ୍କ୍ରିନ୍ ସଟ୍ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିଥିଲ।।