fbpx

ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ Self Doubt, ଜାଣନ୍ତୁ କିପରି କରିବେ ଡିଲ୍‌

ଓଡ଼ିଶା ଭାସ୍କର: ଜୀବନରେ ବେଳେ ବେଳେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ଆମେ ନିଜ ଉପରେ ସନ୍ଦେହ କରିଥାଉ । ଅନ୍ୟମାନଙ୍କୁ ସଫଳ ଦେଖି ଆମେ ନିଜ ଦକ୍ଷତା ଉପରେ ସନ୍ଦେହ କରିଥାଉ । ଯେତେବେଳେ ଜଣେ ବାରମ୍ବାର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ତୃଟି ଖୋଜିଥାନ୍ତି କିମ୍ବା ସମସ୍ତଙ୍କ ସାମ୍ନାରେ ସମାଲୋଚନା କରିଥାନ୍ତି ସେତେବେଳେ ମନରେ ସେଲ୍ଫ ଡାଉଟର ଭାବନା ଆସିଥାଏ । ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏପରି ଭାବନା ଦ୍ୱାରା ଅମେ ଜୀବନରେ କେବେ ବି ଅଗ୍ରଗତି କରିପାରିନଥାଉ । ଏଭଳି ସ୍ଥିତିରେ ନିଜ କ୍ଷମତା ଉପରେ ସନ୍ଦେହ କରି ସଫଳତା ଠାରୁ ଦୂରେଇ ଯାଉ ।

ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ Self Doubt ହେଲେ ଏଭଳି କିଛି ସଂକେତ ଦେଖାଦେଇଥା:

୧. ଆପଣ ଅନ୍ୟର ପ୍ରଶଂସା ସ୍ୱିକାର କରିପାରିବେ ନାହିଁ ଏବଂ ନିଜକୁ ଶ୍ରେୟ ଦେଇପାରିବେ ନାହିଁ ।
୨. ବାରମ୍ବାର କୌଣସି ବିଷୟକୁ ନେଇ reassure ହେବାକୁ ଚେଷ୍ଟା କରନ୍ତି ।
୩. ଆପଣଙ୍କ Self Esteem କମ୍ ରହିବା ।
୪. ମନରେ ଏପରି ଭାବନା ଆସିବା ଯେ ଆପଣ କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହଁନ୍ତି ।

ଅଧିକାଂଶ ସମୟରେ ଅନ୍ୟମାନଙ୍କ ଡୋମିନେଟିଂ ସ୍ୱଭାବ କାରଣରୁ ଆପଣ ନିଜେ କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ । ଏହା ବ୍ୟତୀତ over thinkingର ଭାବନା ମଧ୍ୟ ଆମକୁ ସେଲ୍ଫ ଡାଉଟ୍ କରିବାରେ ସହାୟକ ହୋଇଥାଏ । କାଳେ କେଉଁଠି ଭୁଲ ହୋଇଯିବ, କିଏ କଣ କହିଦେବ କି, ଇତ୍ୟାଦି ଭାବନା ଆପଣଙ୍କ ବିକାଶପ ଥରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ସେଲ୍ଫ ଡାଉଟ୍ ସହ କିପରି ଡିଲ୍ କରିପାରିବା ।

୧. ଅନ୍ୟ ସହ ନିଜକୁ ତୁଳନା କରନ୍ତୁ ନାହିଁ: ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ । ସମସ୍ତଙ୍କ ସ୍ୱଭାବ, ଦକ୍ଷତା, କାର୍ଯ୍ୟ କ୍ଷମତା ଇତ୍ୟାଦି ପରସ୍ପର ଠାରୁ ଭିନ୍ନ ଥାଏ । ତେଣୁ ଜୀବନରେ କେବେ ବି ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ତୁଳନା କରିବା ଦ୍ୱାରା ସେଲ୍ଫ ଡାଉଟ୍ ମନରେ ବସା ବାନ୍ଧି ଥାଏ । ସବୁବେଳେ ଅନ୍ୟ ଠାରୁ ଭଲ ଜିନିଷ ଶଖନ୍ତୁ ଏବଂ ଆତ୍ମଚେଷ୍ଟା ଦ୍ୱାରା ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ ।

୨. ନିଜ ଭୁଲରୁ ଶିଖନ୍ତୁ: ସେଲ୍ଫ ଡାଉଟ୍ ଯୋଗୁଁ ମନରେ ଏ ଏକ ପ୍ରକାର ଭୟ ସୃଷ୍ଟି ହୋଇଥାଏ । ପରିମାଣ ସ୍ୱରୂପ ଆମେ କିଛି ନୂତନ ପ୍ରୟାସ କରିବା ପାଇଁ ପଛଘୁଞ୍ଚା ଦେଇଥାଉ । ଏପରି ନ କରି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ନିଜ ଦକ୍ଷତାକୁ କିପରି ଉନ୍ନତ କରିପାରିବା ସେ ଦିଗରେ ଦୃଷ୍ଟି ଦେବା ଉଚିତ ।

୩. ସକାରାତ୍ମକ ଲୋକଙ୍କ ସହ ସମୟ ବିତାନ୍ତୁ: ସବୁବେଳେ ସକାରତ୍ମକ ଲୋକଙ୍କ ସହ ସମୟ ବିତାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ସେମାନେ ଆମ ଭାବନାକୁ ଗୁରୁତ୍ୱ ଦେଇଥାନ୍ତି ଏବଂ ସଂଘର୍ଷ କରିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି । ଭଲ କାର୍ଯ୍ୟ ପାଇଁ ପ୍ରଶଂସା କରିଥାନ୍ତି । ଅପରପକ୍ଷରେ ନକାରାତ୍ମକ ଲୋକଙ୍କ ଗହଣରେ ରହିଲେ ଆମେ ନିଜକୁ ଦୁର୍ବଳ ଅନୁଭବ କରିଥାଉ ।

୪. ନିଜ ପୂର୍ବ ସଫଳତାକୁ ସ୍ମରଣ କରନ୍ତୁ: ବୃତ୍ତିଗତ ଜୀବନରେ ପାଦ ଥାପିବା ପରେ ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡ଼େ । ସେଲ୍ଫ ଡାଉଟ୍ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ । ଅନେକ ସମୟରେ ଆମେ ଡିପ୍ରେସନର ଶିକାର ବି ହୋଇଥାଉ । ତେଣୁ ନିଜକୁ ପେତ୍ସାହିତ କରିବା ପାଇଁ ପୁରୁଣା ଦିନର ସଫଳତା ମନେ ପକାନ୍ତୁ । ଆପଣ ନିଜକୁ ବାରମ୍ବାର ମନେ ପକାନ୍ତୁ ଯେ ଆପଣଙ୍କ ମଧ୍ୟରେ ଏବେବି ସେତିକି ଦକ୍ଷତା ରହିଛି, ଆପଣ କରିପାରିବେ, ଜୀବନରେ ହାର ମାନିଲେ କିଛି ବି ଲାଭ ହେବନି ।

୫. ସକାରାତ୍ମକ ଚିନ୍ତାଧାରା କରନ୍ତୁ: ସକାରତ୍ମକ ଚିନ୍ତା କରିବା ଦ୍ୱାରା ନିଜ ଉପରେ ବିଶ୍ୱାସ ଦୃଢ଼ ହୋଇଥାଏ । ଆପଣ ଚିନ୍ତାମୁକ୍ତ ରହିଥାନ୍ତି । ଏହା ଦ୍ୱାରା କୌଣସି ନିଷ୍ପତ୍ତି ନେବା ସହଜ ହୋଇଥାଏ ।

Get real time updates directly on you device, subscribe now.