ବିହାର ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କୁ ବଡ଼ ଝଟକା, ବରିଷ୍ଠ ନେତା ବିନୋଦ କୁମାର ସିଂହ ଦଳରୁ ଦେଲେ ଇସ୍ତଫା
ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା
ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏଥିରେ ରାଜନୈତିକ ଦଳ ନିଜ ନିଜ ମଧ୍ୟରେ ପ୍ରସ୍ତୁତି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ଜେଡିୟୁ ଦଳରୁ ବରିଷ୍ଠ ନେତା ବିନୋଦ କୁମାର ସିଂହ ଇସ୍ତଫା ଦେଇଛନ୍ତି।
ଜନତା ଦଳ ୟୁନାଇଟେଡର ବରିଷ୍ଠ ନେତା ଏବଂ ପୂର୍ବତନ ବିଧାନ ପରିଷଦର ସଦସ୍ୟ ବିନୋଦ କୁମାର ସିଂହ ଦଳର ପ୍ରାଥମିକତା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଦଳ ନିଜେ ଘୋଷଣା କରିଥିବା କାର୍ଯ୍ୟକ୍ରମ ଏବଂ ନୀତି ଅନୁସାରେ ଚାଲୁନାହିଁ।
ସେ ଆହୁରି କହିଛନ୍ତି ଯେ, ଦଳ ପାଇଁ ଯେଉଁ କାର୍ଯ୍ୟକର୍ତ୍ତା କାମ କରୁଛି, ସେମାନଙ୍କୁ ସମ୍ମାନ ମଧ୍ୟ ଦଳ କରୁନାହିଁ। ଏହି ଯୋଗୁଁ ମୋର ଦଳରେ ରହିବା ଉଚିତ୍ ନୁହେଁ।