fbpx

ଭୁଲରେ ଇ-ମେଲ୍ ପଠାଇଦେଲେ କି ? Gmailର ଏହି ଫିଚର ଦୂର କରିବ ସମସ୍ୟା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଏକ ଲୋକପ୍ରିୟ ୱେବ୍ ବ୍ରାଉଜର ହେଉଛି ଗୁଗୁଲ । Gmail ହେଉଛି ଗୁଗୁଲର ଏକ ସେବା ଯାହା ୟୁଜର୍ସଙ୍କୁ ଇ-ମେଲ ସୁବିଧା ପ୍ରଦାନ କରିଥାଏ । ଇ-ମେଲ ମାଧ୍ୟମରେ ଆମେ କୌଣସି ଡକ୍ୟୁମେଣ୍ଟ ବା ଫାଇଲ୍‌, ଫଟୋ, ଚିଠି ଆଟାଚ୍ କରି ପଠାଇଥାଉ । କିନ୍ତୁ ବେଳେ ବେଳେ ଇମେଲରେ କୌଣସି ଭୁଲ ହୋଇଗଲେ କିମ୍ବା ଜରୁରୀ ଡକ୍ୟୁମେଣ୍ଟ ଆଟାଚ୍ କରିବା ପାଁଇ ଭୁଲି ଯାଇଥାଉ । Gmailରେ ଏକ ବିଶେଷ ଫିଚର ରହିଛି ‘Undo Send’ ଯାହା ସବୁ ସମସ୍ୟା ଦୂର କରିଥାଏ ।

‘Undo Send’ ଫିଚରର ବିଶେଷତ୍ୱ କ’ଣ ?

Gmailର ‘Undo Send’ ଫିଚର ଆମକୁ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଇ-ମେଲ ପଠାଇବା ପରେ ବାତିଲ କରିବାର କ୍ଷମତା ପ୍ରଦାନ କରିଥାଏ । ଏହି ଫିଚର ଇ-ମେଲ ପଠାଇବା ପରେ କିଛି ସମୟ ପାଇଁ ଆକ୍ଟିଭ ରହିଥାଏ । ଏହି ଅବଧି ମଧ୍ୟରେ ଆପଣ ‘Undo’ ବଟନ୍ କ୍ଲିକ୍ କରି ପଠାଇଥିବା ଇ-ମେଲକୁ ବାତିଲ କରିପାରିବେ । ଏହା ପରେ ସେହି ଇ-ମେଲରେ ସଂଶୋଧନ କରି ପୁନର୍ବାର ପଠାଇପାରିବେ । ‘Undo Send’ ଫିଚର ମାଧ୍ୟମରେ ୟୁଜର ପଠାଇଥିବା ଇ-ମେଲ ରିକଭର କରିଥାଏ । ଏହା ରିସିଭର ବା ଗ୍ରାହକର ଇନବକ୍ସରେ ଦେଖାଦିଏ ନାହିଁ । କାହା ପାଖକୁ ଭୁଲ ବଶତଃ କିଛି ମେସେଜ୍ ପଠାଇଥିଲେ ଏହି ଫିଚର ବ୍ୟବହାର କରିପାରିବେ । ମନେରଖନ୍ତୁ ‘Undo Send’ ଫିଚର କେବଳ ସୀମିତ ସମୟ ଯଥା ୫- ୩୦ ସେକେଣ୍ଡ ମଧ୍ୟରେ କାର୍ଯ୍ୟକାରୀ ହୋଇଥାଏ । ଏହା ପରେ ‘Undo Send’ ଫିଚର କାର୍ଯ୍ୟ କରିନଥାଏ ।

 

Get real time updates directly on you device, subscribe now.