fbpx

ଧରାପଡ଼ିଲା ସିରିଏଲ୍ କିଲର୍: ଶାରୀରିକ ସମ୍ପର୍କ ପରେ ୧୮ ମହିଳାଙ୍କୁ କରିଥିଲା ହତ୍ୟା

ହାଇଦ୍ରାବାଦ, ୨୭ା୧: ନିଜର ପତ୍ନୀ ଅନ୍ୟଜଣଙ୍କ ସହ ଫେରାର ହୋଇଯିବାରୁ ପତି ହରାଇ ବସିଲା ମାନସିକ ଭାରସାମ୍ୟ । ମହିଳାମାନଙ୍କ ପ୍ରତି ତା’ର ସୃଷ୍ଟି ହେଲା ଘୃଣାଭାଗ । ଶେଷରେ ସେ ସାଜିଲା ଏକ ସିରିଏଲ କିଲର । ୧୮ ଜଣ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରି ସମସ୍ତଙ୍କୁ କଲା ହତ୍ୟା । ପୋଲିସ ଏପରି ଏକ ସିରିଏଲ୍ କିଲରକୁ ଧରିବାରେ ସକ୍ଷମ ହୋଇଛି । ତେବେ ପୋଲିସ ଆଗରେ କିଲର ଜଣକ ୧୮ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

ହାଇଦ୍ରାବାଦର ଏହି ସିରିଏଲ କିଲରର ନାମ ରାମୁଲ । ତା’ର ପତ୍ନୀ ପର ପୁରୁଷ ସହ ଫେରାର ହେବା ପରେ ସେ ପ୍ରତିଶୋଧପରାୟଣ ହୋଇ ଅନେକ ମହିଳାଙ୍କୁ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ତା’ପରେ ରାମୁଲ ପ୍ରବଳ ମଦ୍ୟପାନ କରି ମହିଳାଙ୍କୁ ହତ୍ୟା କରୁଥିଲା । ଡିସେମ୍ବର ୩୦ ତାରିଖରେ ଘୋଟକେଶ ଅଞ୍ଚଳରୁ ଜଣେ ମହିଳାଙ୍କ ମୃତୁଦେହ ମିଳିଥିଲା । ଏହାର କିଛଦିନ ପୂର୍ବରୁ ମଧ୍ୟ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଅଳ୍ପଦିନ ବ୍ୟବଧାନରେ ଦୁଇଟି ମୃତଦେହ ମିଳିବା ପରେ ପୋଲିସର ନିଦ ହଜିଯାଇଥିଲା । ୨୦୦୩ରୁ ରାମୁଲର ସ୍ତ୍ରୀ ଫେରାର ହେବା ପରେ ସେ ମହିଳାଙ୍କୁ ନିଜ ଜାଲରେ ଫସାଇ ହତ୍ୟା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.