Breaking: ସୋରରେ ସିରିଜ୍ ଚୋରି, ଘରେ ପଶିଲେ, ହାଣିଲେ, ସବୁ କିଛି ପୋଛିନେଲେ

ବିଳମ୍ୱିତ ରାତିରେ ଆନନ୍ଦ ବେହେରାଙ୍କ ଘରେ ପଶିଥିଲେ ୫ ଦୁର୍ବୃତ୍ତ। ପରିବାର ଲୋକଙ୍କୁ ଭୁଜାଲି ଓ ରଡରେ ଆକ୍ରମଣ କରିବା ପରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଗଲେ।

ବାଲେଶ୍ୱର: ପୁଣି ବାଲେଶ୍ୱର ସୋରରେ ବଡ଼ ଧରଣର ଲୁଟ୍। ରାତି ଅଧରେ ଘରେ ପଶି ଆତଙ୍କ ମଚାଇଲେ ୫ ଦୁର୍ବୁତ୍ତ। ପରିବାର ଲୋକଙ୍କ ଉପରେ ଭୁଜାଲି ଓ ରଡରେ ଆକ୍ରମଣ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ମଧ୍ୟ ଲୁଟିନେଲେ।

କେହି କିଛି ବୁଝିବା ଆଗରୁ କଳାକନା ବୁଲାଇ ଦେଲେ ଲୁଟେରା। ଏପରିକି ଆକ୍ରମଣରେ ପରିବାରର ଜଣେ ସଦସ୍ୟ ମଧ୍ୟ ଗୁରୁତର ହୋଇ ଏବେ ହସ୍ପିଟାଲ ବେଡରେ। ହଁ ଏପରି ଏକ ସିରିଜ୍ ଲୁଟ୍ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ସିମୁଳିଆ ଅଞ୍ଚଳରେ।

ବଣଗଢ଼ିଆ ଗାଁରେ ଆନନ୍ଦ ବେହେରାଙ୍କ ଘରେ ବିଳମ୍ୱିତ ରାତିରେ ଏକାସାଙ୍ଗରେ ୫ ଦୁର୍ବୃତ୍ତ ପଶିଥିଲେ। କେହି କିଛି ବୁଝିବା ଆଗରୁ ପରିବାର ଲୋକଙ୍କ ଉପରେ ଆକ୍ରମଣ କରି ଚାଲିଲେ। ଏବଂ ଲୁଟେରାଙ୍କ ଭୁଜାଲି ଓ ରଡ୍ ଆକ୍ରମଣରେ ଜଣେ ଗୁରୁତର ମଧ୍ୟ ହୋଇଗଲେ।

ଆଉ ଧରେ ପଶି ଆକ୍ରମଣ କରିବା ସହ ନଗଦ ୮ ଲକ୍ଷ ୪୦ ହଜାର ଟଙ୍କା ଲୁଟିନେଲେ। ଏହାସହ ୧୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ମଧ୍ୟ ପୋଛିନେଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ରତିକାନ୍ତ ବେହେରା ଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ସିମୁଳିଆ ପୋଲିସ।