fbpx

ରାଜଧାନୀରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନରେରେ ମାଡିଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସେରୋଲଜିକାଲ ପରୀକ୍ଷା । ବିଭିନ୍ନ ହାଇରିସ୍କ ଗ୍ରୁପ ଲୋକଙ୍କ ନମୁନା ଏଥିରେ ନିଆଯିବ । ଭୁବନେଶ୍ୱର ମହାନଗର ନିଗମର ୨୫ଟି ୱାର୍ଡରେ ଟେଷ୍ଟ ଚାଲିବ ।

ତେବେ ସେରୋଲଜିକାଲ ଟେଷ୍ଟ ପାଇଁ ଲୋକଙ୍କ ପାଖକୁ ଟିମ୍ ଯିବ । ପ୍ରଥମ ପର୍ଯ୍ୟାୟରେ ୨୫ ଶହ ଲୋକଙ୍କର ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ସେରୋଲଜିକାଲ ଟେଷ୍ଟ ପାଇଁ ୨୬ଟି ୱାର୍ଡକୁ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.