fbpx

ପାକିସ୍ତାନର ସିଆଲକୋଟରେ ଜୋରଦାର ବିସ୍ଫୋରଣ, ସାମ୍ନାକୁ ଆସିଲା ମିସାଇଲ ମାଡ଼ର Video

ସିଆଲକୋଟ: ପାକିସ୍ତାନର ସିଆଲକୋଟରେ ଆଜି ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସିଆଲକୋଟରେ ଥିବା ଅସ୍ତ୍ର ଓ ଗୋଳାବାରୁଦ ଡିପୋରେ ବିସ୍ଫୋରଣ ଏହି ସବୁ ବିସ୍ଫୋରଣ ହୋଇଛି । ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ସେନାର ଗୋଳାବାରୁଦ ଡିପୋରେ ବିସ୍ଫୋରଣ ଘଟିଛି ।

ଉତ୍ତର ପାକିସ୍ତାନର ସିଆଲକୋଟ ସାମରିକ ବେସରେ ଅନେକ ବିସ୍ଫୋରଣ ଘଟିଛି । ପ୍ରାଥମିକ ସଙ୍କେତରେ ଜଣାପଡିଛି ଯେ, ଏହା ଏକ ଗୋଳାବାରୁଦ ଷ୍ଟୋରେଜ ଅଞ୍ଚଳ । ବିସ୍ଫୋରଣ ପରେ ଏକ ବିରାଟ ନିଆଁ ଜଳୁଥିବା ଦେଖାଯାଉଛି । ବିସ୍ଫୋରଣ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଅନ୍ୟ କେତେକ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପାକିସ୍ତାନ ସେନା ଦ୍ୱାରା ଏୟାର-ଟୁ-ଏୟାର ମିସାଇଲ୍ ପିଏଲ-୧୫ ପରୀକ୍ଷଣ କରାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଜେ୧୦-ସି ଫାଇଟର ବିମାନରୁ ବାହାରିବା ପରେ ଏହି କ୍ଷେପଣାସ୍ତ୍ର ନିୟନ୍ତ୍ରଣ ହରାଇ ସିଆଲକୋଟରେ ପଡିଥିଲା । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ପାକିସ୍ତାନୀ ନାଗରିକଙ୍କ ଦ୍ୱାରା ପୋଷ୍ଟ କରାଯାଇଛି ।

ଅନେକ ପାକିସ୍ତାନୀ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଏବଂ ଅନେକେ ଦାବି କରିଛନ୍ତି ଯେ ଏହି ଅଞ୍ଚଳରେ ଏକାଧିକ ବିସ୍ଫୋରଣ ଘଟିଛି । ସିଆଲକୋଟ କ୍ୟାଣ୍ଟନମେଣ୍ଟ, ପାକିସ୍ତାନୀ ସେନାର ଅନ୍ୟତମ ପୁରାତନ ତଥା ଗୁରୁତ୍ୱପୂର୍ଣ୍ଣ ସେନା ବେସ ଅଟେ । ଏହା ୧୮୫୨ ମସିହାରେ ବ୍ରିଟିଶ ଭାରତୀୟ ସେନା ଦ୍ୱାରା ସ୍ଥାପନ ହୋଇଥିଲା ।

Get real time updates directly on you device, subscribe now.