ଜର୍ମାନ ଷ୍ଟେଶନରେ ଯାତ୍ରୀଙ୍କ ଉପରକୁ ଛୁରୀରେ ଆକ୍ରମଣ, ୧୮ ଆହତ; ମହିଳା ଗିରଫ
୪ରୁ ଅଧିକଙ୍କ ଅବସ୍ଥା ଗୁରୁତର । ପୋଲିସ ଆରମ୍ଭ କରିଛି ଯାଞ୍ଚ ।
ବର୍ଲିନ: ଜର୍ମାନର ହାମବର୍ଗରେ ଛୁରୀ ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏକ ରେଳ ଷ୍ଟେସନରେ ଘଟିଯାଇଛି ଅପ୍ରକାର ଅଭାବନୀୟ ଘଟଣା ।
ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି। ଆହତଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଏ ନେଇ ହାମବର୍ଗ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ; ଆହତଙ୍କ ସଂଖ୍ୟା ନେଇ କୌଣସି ସଠିକ ସୂଚନା ନାହିଁ । କିନ୍ତୁ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପୋଲିସ କହିବା ଅନୁସରେର ଜଣେ 39 ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି। ଘଟଣାର ଅଳ୍ପ ସମୟ ଭିତରେ ଆକ୍ରମଣ ଭିଆଇଥିବା ମହିଳାଙ୍କୁ ଗିରଫ କରାଯାଇଥିଲା; ହେଲେ ଆକ୍ରମଣର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ନାହିଁ ।
ଆକ୍ରମଣକାରୀ ମହିଳା ଷ୍ଟେସନରେ ଟ୍ରାକ 13 ଏବଂ 14 ମଧ୍ୟରେ ପ୍ଲାଟଫର୍ମ ଲୋକଙ୍କୁ ଟାର୍ଗେଟ କରିଥିଲେ। ଜର୍ମାନୀର ଦ୍ୱିତୀୟ ବୃହତ୍ତମ ସହର ହାମବର୍ଗର ସହର।
ସନ୍ଧ୍ୟା ୬ଟାବେଳେ ହାମବର୍ଗ ଷ୍ଟେଶନରେ ଏ ଅଘଟଣ ଘଟିଥିଲା । ଏକ ହାଇସ୍ପିଡ୍ ଟ୍ରେନ୍ ପ୍ଲାଟ ଫର୍ମରେ ପହଞ୍ଚିବା ପରେ ଷ୍ଟେଶନରେ ଉପସ୍ଥିତ ଯାତ୍ରୀ ସେଥିରେ ଚଢ଼ୁଥିବାବେଳେ ଆଉ କିଛି ଟ୍ରେନରୁ ଓହ୍ଲାଉଥିବା ସମୟରେ ମହିଳା ଜଣଙ୍କ ଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଘଟଣା ପରେ ଟ୍ରେନ୍ ଯିବାରେ ବିଳମ୍ବ ହୋଇଥିଲା । ଯାତ୍ରୀମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ।
ହମବର୍ଗ ପୋଲିସ ଅଧିକାରୀ ଫ୍ଲୋରିଆନ୍ ଆବେନସେଥ କହିଛନ୍ତି, ଘଟଣା ପଛର କାରଣ ଜଣାପଡ଼ି ନାହିଁ । ମହିଳାଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି । ମହିଳା ମାସିକ ବିକାର ଗସ୍ତ କି ନୁହେଁସେ ଦିଗରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।
ପୂର୍ବର ଘଟଣା
ଜର୍ମାନୀ ଇଲେକ୍ସନ ପୂର୍ବରୁ ଫେବୃଆରୀ ମାସରେ ଏକ କାର ଭାରସାମ୍ୟ ହରାଇ ଗହଳିରେ ଥିବା ଲୋକଙ୍କ ଉପରକୁ ମାଡ଼ିଯାଇଥିଲା । ଯେଉଁଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ ଆଫଗାନୀ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା । ଆମେରିକା ଭାଇସ ପ୍ରେସିଡେଣ୍ଟ ଜେ.ଡି. ଭାନ୍ସ, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭଳି ପ୍ରମୁଖ ରାଜନେତା ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଯୋଗ ଦେବାକୁ ଯିବା ସମୟରେ ଏ ଦୁର୍ଘଟଣା ଘଟିଥିଲା ।