fbpx

ରାଜ୍ୟର ଏହି ଅଞ୍ଚଳରୁ ସେକ୍ସ ରାକେଟ ଠାବ: ଏକ ଭଡ଼ାଘରୁ ଦେହଜୀବୀ ଓ ୨ ଗ୍ରାହକ ଅଟକ

ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ କାଦୋପଡ଼ାରେ ସେକ୍ସ ରାକେଟ ଠାବ ହୋଇଛି । ବେହେରାବନ୍ଧର ଏକ ଭଡ଼ାଘରୁ ଦେହଜୀବୀ ଓ ୨ ଗ୍ରାହକ ଅଟକ ହୋଇଥିବା ଜଣାପଡିଛି । ଦେହଜୀବୀ ପଶ୍ଚିମବଙ୍ଗର ହୋଇଥିବା ବେଳେ ଗ୍ରାହକ ୨ ଜଣ ବଡ଼ପଡ଼ା ଓ ପଢ଼େଲର ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ସେଠାରେ ଏକ ଭଡ଼ା ଘରେ ଦେହ କାରବାର ହେଉଥିବା ବିଶେଷ ସୂତ୍ରରୁ ପୋଲିସ ଖବରପାଇ ଗତ ରାତିରେ ଚଢାଉ କରିଥିଲା। ଏହି ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି। ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି କୁହାଯାଉଛି।

ଦୁଇଜଣ ଯୁବକଙ୍କୁ ଗିରଫକରି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ପୁଲିସ ଉକ୍ତ ଭଡା ଘରୁ ଆପତ୍ତିଜନକ ସାମଗ୍ରୀ ସହ ଦୁଇଟି ମୋବାଇଲ ଓ ନଗଦ ୨୫ ଶହ ଟଙ୍କା ଜବତ କରିଥିବା ଜଣାପଡିଛି। ପାଟଣାଗଡ଼ ଥାନାରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.