ମୁମ୍ବାଇ: ଶାହରୁଖ ଖାନଙ୍କ ଶେଷ ଦୁଇଟି ଚଳଚ୍ଚିତ୍ର ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବା ପରେ ସୁପରଷ୍ଟାର ଖୁବ ଶୀଘ୍ର ତାଙ୍କ ଚଳଚ୍ଚିତ୍ର’ ଡିଙ୍କି ‘ସହିତ ବଡ ପରଦାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟିକୁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହି ଚଳଚ୍ଚିତ୍ର ‘ଡିଙ୍କି’ରେ ତାପସୀ ପନ୍ନୁ ମଧ୍ୟ ଶାହାରୁଖ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଶୁକ୍ରବାର ରାତିରେ ମୁମ୍ବାଇରେ ଏକ ଘରୋଇ ପାର୍ଟି ପାଇଁ ଶାହାରୁଖ ଖାନ ଏବଂ ରାଜକୁମାର ହିରାନୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ଶାହାରୁଖ ଖାନ ଏହି ପାର୍ଟିକୁ ଅନ୍ୟ କାହା ସହିତ ନୁହେଁ ବରଂ ତାଙ୍କ ଫିଲ୍ମ ‘ଡିଙ୍କି’ର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ସହ ଆସିଥିଲେ। ଶାହାରୁଖ ଖାନ ଏହି ବ୍ୟକ୍ତିଗତ ପାର୍ଟୀରେ କଳା ରଙ୍ଗର ପୋଷାକ ଏବଂ ପନିଟେଲରେ ଲୁକରେ ଆସିଥିଲେ। ରାଜକୁମାରୀ ହିରାନୀ ଏକ ମାରୁନ୍ ରଙ୍ଗର ସ୍ଲିଭଲେସ୍ ଜ୍ୟାକେଟ୍ ସହିତ ଧଳା ସାର୍ଟ ପିନ୍ଧିଥିଲେ। ଦୁହେଁ ଶାହାରୁଖ ଖାନଙ୍କ ବିଳାସପୂର୍ଣ୍ଣ କାରରୁ ବାହାରିବା ମାତ୍ରେ ଲୋକମାନେ ଶାହାରୁଖ ଖାନଙ୍କ ନାମକୁ ଜୋରରେ ପାଟି କରିବାକୁ ଲାଗିଲେ।
ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ, ରାଜକୁମାର ହିରାନୀ ପାର୍ଟିର ଆୟୋଜନ କରି ‘ଡିଙ୍କି’ର ସୁଟିଂ ସମାପ୍ତ କରିଥିଲେ। ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବଂ ଝିଅ ସୁହାନା ଖାନଙ୍କ ସହ ବଲିଉଡର ସେଲିବ୍ରେଟିମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘ଡିଙ୍କି’ ବିଷୟରେ ଶାହାରୁଖ ଖାନ ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ବାର୍ତ୍ତାଳାପ ମଧ୍ୟରେ ରହିଆସିଥିଲେ। ଫିଲ୍ମ ରିଲିଜ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ବହୁ ଗୁଜବ ସୃଷ୍ଟି ହୋଇଛି।
View this post on Instagram