ଶାହରୁଖଙ୍କୁ ସରକାରଙ୍କ ଭୁଲର ଫାଇଦା; ‘ମନ୍ନତ’ ପାଇଁ କିଙ୍ଗଖାନଙ୍କୁ ମିଳିବ ୯ କୋଟି ଟଙ୍କା

ଶାହରୁଖ ଖାନଙ୍କ ଘର ମନ୍ନତ ସର୍ବଦା ଚର୍ଚ୍ଚାରେ ରହିଥାଏ। ଦୁଇ ଦଶନ୍ଧି ଧରି ଶାହରୁଖ ଏହି ଘରେ ରହିଆସୁଛନ୍ତି। ବର୍ତ୍ତମାନ ଅଭିନେତାଙ୍କୁ ଏହି ଘର ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ମିଳିବ।

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା ‘ମନ୍ନତ’ ମଧ୍ୟ ତାଙ୍କ ଭଳି ଖୁବ ଲୋକପ୍ରିୟ। ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ଶାହରୁଖଙ୍କୁ ଦେଖିବା ଲାଗି ମନ୍ନତ ବାହାରେ ଭିଡ଼ ଜମାଇଥାନ୍ତି।

ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ। ନିଜ ବାଲକୋନିକୁ ଆସି ସିଗନେଚର ପୋଜରେ ଫ୍ୟାନ୍ସକୁ ଦେଖାଦିଅନ୍ତି ଶାହରୁଖ। ଏହି ଝଲକ ଦେଖି ନାଚି ଉଠନ୍ତି ପ୍ରଶଂସକ। ତେବେ ଏହି ମନ୍ନତକୁ ନେଇ ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି।

ମନ୍ନତ ପାଇଁ ସରକାର ଶାହରୁଖଙ୍କୁ ୯ କୋଟି ଟଙ୍କା ଦେବେ। ଆସନ୍ତୁ ଜାଣିବା କାହିଁକି..

ସରକାରଙ୍କ ଭୁଲ ପାଇଁ ମିଳିବ ଫାଇଦା: ଶାହରୁଖ ଖାନ ୨୦୨୯ରେ ମନ୍ନତର ମାଲିକାନା ହକ୍ ପାଇବା ଲାଗି ୨୫ ପ୍ରତିଶତ ଫିସ୍ ଭରିଥିଲେ। ଏହି ଆଧାରରେ ୨୭.୫ କୋଟି ଟଙ୍କା ରଖିଥିଲେ। ହେଲେ ଏହାକୁ ଜମି ଆଧରରେ ନୁହେଁ, ସଂପୂର୍ଣ୍ଣ ବଙ୍ଗଳା ଆଧାରରେ ରଖାଯାଇଥିଲା। ଏହା ତାଙ୍କର ଭୁଲ ଥିଲା।

ଏହି ବିଷୟରେ ଯେବେ ପରେ ଖାନ ଫ୍ୟାମିଲିକୁ ଜଣାପଡିଲା, ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ରିଫଣ୍ଡ ପାଇଁ ଦାବି କରିଥିଲେ।

ବର୍ତ୍ତମାନ ଏହି ମାମଲାକୁ ନେଇ ଅପଡେଟ ଆସିଛି। ରିପୋର୍ଟ ଅନୁଯାୟୀ, ମୁମ୍ବାଇ ସରକାରଙ୍କ ଦ୍ୱାରା ଏହି ଭୁଲ ପାଇଁ ଶାହରୁଖ ଖାନଙ୍କୁ ତାଙ୍କ ବଙ୍ଗଳ ମନ୍ନତ ପାଇଁ ୯ କୋଟି ଟଙ୍କା ମିଳିବ।