fbpx

ଶାହିନବାଗରେ ଚାଲିଲାନି ବୁଲଡୋଜର, ବିବାଦୀୟ ବୟାନ ଦେଲେ ବିଜେପି ନେତା

Advertisement

ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ବୁଲଡୋଜରକୁ ଫେରିଆସିବାକୁ ପଡ଼ିଛି । ସ୍ଥାନୀୟ ଲୋକଙ୍କ ଜବରଦସ୍ତ ହଙ୍ଗାମା ମଧ୍ୟରେ ଫରି ଆସିଛନ୍ତି ଏମସିଡି ଅଧିକାରୀ । ସୂଚନା ମୁତାବକ ଆଜି ପୁର୍ବାହ୍ନ ୧୧ଟାରୁ ଉଚ୍ଚେଦ ଆରମ୍ଭ ହେବାର ଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ଏହା ହୋଇପାରି ନଥିଲା । କୌଣସି ପ୍ରକାର ହିଂସାକୁ ଏଡ଼ାଇବା ଲାଗି ଭାରି ମାତ୍ରାରେ ପୋଲିସ ନିୟୋଜିତ ହୋଇଥିଲେ ।

ତେବେ ବୁଲଡୋଜର ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ବୁଲଡୋଜର କିଛି କରିବା ପୁର୍ବରୁ ଲୋକେ ନିଜେ ଜବରଦଖଲ ଉଚ୍ଚେଦ କରିଥିଲେ । ଏହା ସହ ଲୋକେ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ପଛରେ ଭୋଟ ରାଜନୀତି ହେଇଛି । ଏଣୁ ଯୋଉଠି ବି ଜବରଦଖଲ ଅଛି ତାହାକୁ ଆମେ ହିଁ ଉଚ୍ଚେଦ କରିବୁ ବୋଲି ଲୋକେ କହିଥିଲେ ।

ଏହା ପରେ ସ୍ଥାନୀୟ ସ୍ଥାନୀୟ ଆପ୍ ବିଧାୟକ ଅମାନତୁଲ୍ଲାହ ଆସି ସେହି ସ୍ଥାନରେ ପହଞ୍ଚିଥିଲେ । ଅମାନତୁଲ୍ଲା ଖାନ କହିଛନ୍ତି ଯେ ମୁଁ ବର୍ତ୍ତମାନ ଆସିଛି, ଏବେ ଦେଖିବା ବୁଲଡୋଜର କୁଆଡେ ଯାଉଛି । ଏହା ସହ ସେ କହିଥିଲେ ମୁଁ ତିନି ଦିନ ପୂର୍ବରୁ ଆସିଥିଲି । ଲୋକମାନେ ନିଜେ ଜବରଦଖଲ ହଟାଇଲେ। ବର୍ତ୍ତମାନ ଏମସିଡି କୁହନ୍ତୁ ଏନକାଉଣ୍ଟର କେଉଁଠାରେ ଅଛି । ପୋଲିସ ଏବଂ ଅଧିକାରୀମାନେ ମୋ ସହ କଥା ହୁଅନ୍ତୁ ।

ସେପଟେ ବିଜେପି ନେତା ଶାହିନବାଗକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ଜାହାଙ୍ଗିରପୁରୀ ଏବଂ ଶାହିନବାଗକୁ ମିନି ପାକିସ୍ତାନ ବୋଲି କହିଛନ୍ତି । ଏଠାକୁ ନା ପୋଲିସ ଯାଇ ପାରିବ ନା ବୁଲଡୋଜର, ଯେଉଁଠି ଭାରତୀୟ ସମ୍ବିଧାନ କାର୍ଯ୍ୟ କରେ ନାହିଁ ତାହାକୁ ସେ ମିନି ପାକିସ୍ତାନ ମାନନ୍ତି ବୋଲି କହିଛନ୍ତି । ସେହିପରି ଦିଲ୍ଲୀ ବିଜେପି ମୁଖ୍ୟ ଅଦେଶ ଗୁପ୍ତା ପୋଲିସ କମିଶନର ଏବଂ ଦକ୍ଷିଣ ଦିଲ୍ଲୀ ନଗର କମିଶନରଙ୍କୁ ଚିଠି ଲେଖି ଆପ୍ ଏବଂ କଂଗ୍ରେସ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Get real time updates directly on you device, subscribe now.