୨ ବର୍ଷରେ ହେବ ଶକ୍ତି ପୀଠ କରିଡର: ପ୍ରଭାତୀ

ରାଜ୍ୟରେ ହେବ ଶକ୍ତି ପୀଠ କରିଡର। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଘୋଷଣା। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: ରାଜ୍ୟର ଶକ୍ତି ପୀଠକୁ ନେଇ ନିର୍ମାଣ ହେବ ଶକ୍ତି ପୀଠ କରିଡର୍‌। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାରାତାରିଣୀ, ବିରଜା, ଉଗ୍ରତାରା ପୀଠକୁ ନେଇ ହୋଇଛି ଏହି ଯୋଜନା।
ଏହା ସହ ଭଗବତୀ, ମଙ୍ଗଳା, କାଳିଜାଈ ଓ ଭୈରବୀ ପୀଠକୁ ନେଇ ମଧ୍ୟ ଯୋଜନା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି। ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଘୋଷଣା।