ପୁଣିଥରେ ଶକ୍ତିକାନ୍ତ ଦାସଙ୍କୁ ମନୋନୀତ କଲା ବିଶ୍ୱ, ଲଗାତାର ଦ୍ୱିତୀୟ ଥର ପାଇଁ ହେଲେ ଟପ୍ ସେଣ୍ଟ୍ରାଲ ବ୍ୟାଙ୍କର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣିଥରେ ସାରା ଦୁନିଆ ପ୍ରଶଂସା କରିଛି। ତାଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଦୁନିଆର ଟପ ସେଣ୍ଟ୍ରାଲ ବ୍ୟାଙ୍କର ଭାବେ ମନୋନୀତ କରାଯାଇଛି। ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ A+ ରେଟିଙ୍ଗ ମିଳିଛି। ସେ ମହଙ୍ଗା ଉପରେ କଣ୍ଟ୍ରୋଲ, ଇକୋନୋମିକ ଗ୍ରୋଥ, କରେନ୍ସିର ସ୍ଥାୟିତ୍ୱ ଏବଂ ସୁଧ ଦର ନିୟନ୍ତ୍ରଣ ପାଇଁ ଏହି ସମ୍ମାନ ପାଇଛନ୍ତି।

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୧୯୯୪ ମସିହାରୁ ପବ୍ଲିସ ହୋଇଆସୁଛି। ଏଥିରେ ସାରା ଦୁନିଆର ୧୦୧ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳ ପ୍ରଦର୍ଶନ ବର୍ଣ୍ଣନା କରାଯାଇଥାଏ। ଶକ୍ତିକାନ୍ତ ଦାସଙ୍କୁ ଗତବର୍ଷ ମଧ୍ୟ A+ ରେଟିଙ୍ଗ ମିଳିଥିଲା। ଏହି ରିପୋର୍ଟରେ ଗ୍ରେଡକୁ ଏ ରୁ ଏଫ ରେଟିଙ୍ଗ ମଧ୍ୟରେ ବର୍ଣ୍ଣନା କରାଯାଇଥିଲା। ଗ୍ଲୋବାଲ ପାଇନାନ୍ସ ମାଗାଜିନ ଏଥିରେ ଏହା ଦେଖେ ଯେ, କେଉଁ ସେଣ୍ଟ୍ରାଲ ବ୍ୟାଙ୍କର ଏକ ବର୍ଷ ମଧ୍ୟରେ କିଭଳି ପ୍ରଦର୍ଶନ ରହିଛି।