ଶନିଙ୍କ କୃପାରୁ ରଙ୍କ ହୁଏ ରାଜା, ଏହି ୩ ରାଶିର ଲୋକେ ମାଟି ଧରିଲେ ହୋଇଯିବ ସୁନା
ଶନିଦେବଙ୍କ କୃପା ଲାଭ କରିବେ ୩ ରାଶି । ଜାଣନ୍ତୁ କେବେଠୁ ଆରମ୍ଭ ହେଲାଣି ଏହି ଶୁଭ ବେଳା ।
ଓଡ଼ିଶା ଭାସ୍କର: ଶନିଙ୍କ କୃପା ମିଳିଲେ, ଗୋଟିଏ ଝଟକାରେ ଭିକାରି ରାଜା ବନିଯାଏ; ଶନି ବର୍ତ୍ତମାନ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭରେ ବିରାଜମାନ କରିଛନ୍ତି । ଏଥିସହ ବୁଧ ଗ୍ରହ ମକର ରାଶିରେ ରହିଛନ୍ତି । ୮ ଫେବୃଆରୀରୁ ଶନି ବୁଧଠାରୁ ୩୦ ଡିଗ୍ରୀ ଦୂରରେ ରହିଛନ୍ତି । ଏହାଦ୍ୱାରା ଦ୍ୱିଦ୍ୱାଦଶ ଯୋଗ ବନୁଛି । ଯାହା ୩ ରାଶି ପାଇଁ ବେଶ୍ ଖୁବ୍ ସୌଭାଗ୍ୟ ଆଣିବ ।
ବୃଷକୁ ମିଳିବ ଧନ: ବୁଧ, ଶନିଙ୍କ ସଂଯୋଗ ଏବଂ ଦ୍ୱିଦ୍ୱାଦଶ ଯୋଗ କାରଣରୁ ବୃଷ ରାଶି ଲୋକଙ୍କ ପାଇଁ ସୁବର୍ଣ୍ଣ ସମୟ ଆରମ୍ଭ ହୋଇଯାଇଛି । ସେମାନଙ୍କ ଜୀବନରେ ଗୋଟେ ପରେ ଗୋଟେ ଖୁସି ଆସିବା ଆରମ୍ଭ ହେବ । ଗାଡ଼ି କିଣିବାର ଯୋଗ ମଧ୍ୟ ହେଉଛି । ବଡ଼ ପରିମାଣରେ ଧନ ପ୍ରାପ୍ତି ମଧ୍ୟ ହେବ ।
କୁମ୍ଭକୁ ମିଳିବ ଯଶ: ବୁଧ ଓ ଶନିଙ୍କ ଏ ପ୍ରକାର ଅବସ୍ଥିତି ପାଇଁ କୁମ୍ଭ ରାଶିକୁ ବିଶେଷ ଫଳ ପ୍ରାପ୍ତି ହେବ । ଦୂର ଯାତ୍ରା କରିପାରନ୍ତି । ମାନ, ସମ୍ମାନ ବଢ଼ିବ । ଚାକିରି ବଦାଇବା ପାଇଁ ଭଲ ସମୟ ରହିଛି ।
ମୀନକୁ ମିଳିବ ବଡ଼ ଲାଭ: ବୁଧ ଏବଂ ଶନିଙ୍କ ଦ୍ୱିଦ୍ୱାଦଶ ଯୋଗ କାରଣରୁ ମୀନ ରାଶିର ଲୋକଙ୍କୁ ବଡ଼ ଫାଇଦା ହାସଲ ହେବ । ଚାକିରି କରୁଥିବା ଲୋକଙ୍କୁ ପ୍ରମୋଶନ ମିଳିବ । ବନ୍ଦ ହୋଇଥିବା କାମ ଆରମ୍ଭ ହେବାର ଯୋଗ ରହିଛି ।