fbpx

ଏହି ୪ ଅଭ୍ୟାସ ଦେଖିଲେ ଶନିଦେବ ବହୁତ ରାଗିଥାନ୍ତି, ଆଜି ହିଁ ବଦଳାଇ ଦିଅନ୍ତୁ

Advertisement

ଓଡ଼ିଶା ଭାସ୍କର:ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ କ୍ରୁର ଗ୍ରହ ବୋଲି ମନେ କରାଯାଏ । ଶନିଙ୍କୁ ଦଣ୍ଡାଧିକାରୀ ଦେବତା ଭାବରେ ଗ୍ରହଣ କରାଯାଏ । କୁହାଯାଏ ଶନି ଦେବ କର୍ମ ହିସାବରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି । ଶନି ମହାଦଶା ରାହୁ କେତୁଙ୍କ ଠାରୁ ବି ଭୟାନକ ହୋଇଥାଏ ।
ଖରାପ ଅଭ୍ୟାସ ରଖିଥିବା ଲୋକଙ୍କୁ ଶନିଦେବ କେବେ ବି ଭଲ ପାଆନ୍ତି ନାହିଁ । ଆପଣମାନଙ୍କର ଯଦି ନିମ୍ନୋକ୍ତ ଖରାପ ଅଭ୍ୟାସ ରହିଛି ତେବେ ତାହା ବଦଳାଇ ଦିଅନ୍ତୁ ।
ବଡଙ୍କ ଅପମାନ କରିବା: ଯେଉଁମାନେ ନିଜଠାରୁ ବଡ, ବୟସ୍କ, ଗରୀବ ଓ ଅସହାୟଙ୍କ ଅପମାନ କରିଥାନ୍ତି ସେମାନେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି । ଏପରି ଲୋକଙ୍କ ଉପରେ ଶନିଙ୍କ କ୍ରୁର ଦୃଷ୍ଟି ସର୍ବଦା ରହିଥାଏ । ବୟସ୍କ, ଗରୀବ ଓ ଅସହାୟଙ୍କ ପ୍ରତିନିଧିତ୍ୱ କରିଥାନ୍ତି ଶନିଦେବ । ତେଣୁ ଏହି ଲୋକମାନଙ୍କୁ କେବେ ବି କ୍ଷତି ପହଞ୍ଚାଇବା ଅନୁଚିତ ।
ମିଛର ଆଶ୍ରୟ ନେଉଥିବା ଲୋକ: ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ମିଛରେ ବଡିମା କରିଥାନ୍ତି କିମ୍ବା ଅନ୍ୟର କ୍ଷତି କରିଥାନ୍ତି ଏମାନଙ୍କୁ ଶନି ଦେବ ଦିନେ ନା ଦିନେ ଦଣ୍ଡ ଦେଇଥାନ୍ତି ।
ଅନ୍ୟର ଅଧିକାରକୁ ଛଡାଇ ଆଣିବା: ଶନିଦେବ ସେହିମାନଙ୍କୁ କେବେ କ୍ଷମା କରି ନ ଥାନ୍ତି ଯେଉଁମାନେ ଅନ୍ୟର ଅଧିକାରକୁ ଛଡାଇ ଆଣିଥାନ୍ତି । ଯେପରିକି ଅନ୍ୟର ଜିନିଷ ଜବରଦସ୍ତ ଉପଭୋଗ କରିବା, ଜମି ହଡପ କରିବା ଇତ୍ୟାଦି ।
ଉଧାର ନେଇ ଟଙ୍କା ନ ଫେରାଇବା: ଯେଉଁମାନେ ପଇସା ଉଧାର ନେଇ ଫେରାଇ ନ ଥାନ୍ତି କିମ୍ବା ଜାଣିଶୁଣି ଫେରାଇ ନ ଥାନ୍ତି ତାଙ୍କ ଉପରେ ବି ଶନିଙ୍କ କୁଦୃଷ୍ଟି ରହିଥାଏ ।

Get real time updates directly on you device, subscribe now.