ସୁନା ଧରିଲେ ହୋଇଯିବ ମାଟି: ମାତ୍ର ୧୦ ଦିନରେ ବଦଳିବ ଏହି ରାଶିର ଭାଗ୍ୟ, ଅଧିକ ସତର୍କ ରହିବା ଏକାନ୍ତ ଜରୁରୀ

ଶନିଙ୍କ ଗୋଚର କିଛି ରାଶିଙ୍କ ପାଇଁ ଆଣିବ ବଡ଼ ସମସ୍ୟା । ଆଗୁଆ ସତର୍କ ହୋଇ କରନ୍ତୁ କାମ ।

ଓଡିଶା ଭାସ୍କର: ନ୍ୟାୟର ଦେବତା ଶନିଦେବ ୨୯ ତାରିଖରେ ସ୍ୱରାଶି କୁମ୍ଭରୁ ବାହାରି ମୀନ ରାଶିରେ ଗୋଚର କରିବେ । ଶନିଦେବ ମୀନ ରାଶିରେ ପ୍ରବେଶ କରିବା ମାତ୍ରକେ ହିଁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନରେ ସଂଘର୍ଷମୟ ସ୍ଥିତି ଉପୁଯିବ । ବିଶେଷ କରି ୪ ରାଶି ପାଇଁ ଅଦିକ ସତର୍କତା ଆପଣାଇବା ଦରକାର । ଚାଲନ୍ତୁ ଜାଣିବା କେଉଁ କେଉଁ ରାଶି ପାଇଁ ଆସୁଛି ବିପଦ ସମୟ…

ମେଷ ରାଶି: ମୀନ ରାଶିରେ ଶନିଦେବ ପ୍ରବେଶ କରିବା ମାତ୍ରକେ ମେଷ ରାଶିର ସାଢ଼େସାତି ଆରମ୍ଭ ହେବ । ବେଆଇନ୍ କାମରୁ ନିଜକୁ ଦୂରରେ ରଖିବା ଆବଶ୍ୟକ । ଧନକୁ ନେଇ କୌଣସିପକ୍ଷେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ସମାଧାନ ପାଇଁ ହନୁମାନ ଚାଳିଷା ପାଠ କରିବା ଆବଶ୍ୟକ ।

ସିଂହ ରାଶି: ଶନିଙ୍କ ଗୋଚର ଯୋଗୁଁ ଆପଣଙ୍କ ମାନସିକ ଚିନ୍ତା ବଢ଼ିଯିବ । ସବୁ କଥାକୁ ନେଇ ଚିନ୍ତାରେ ରହିବେ । ଯେଉଁକାରଣରୁ ମାନସିକ ଅଶାନ୍ତି ମଧ୍ୟ ଦେଖାଯିବ । କ୍ୟାରିୟର ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବି ଲୋକଙ୍କ ପରାମର୍ଶ ଲୋଡ଼ନ୍ତୁ । ଗୋଡ଼ରେ ଯନ୍ତ୍ରଣା ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ପ୍ରତି ଶନିବାର ଦିନ ଛାୟାଦାନ କଲେ ବିପଦ ଟଳିବାର ସମ୍ଭାବନା ରହିଛି ।

କନ୍ୟା ରାଶି: ବୈବାହିକ ଜୀବନରେ ଅସୁବିଧା ଦେଖାଦେବ । ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହିତ କରିବାକୁ ପଡ଼ିବ । ଛୋଟ ଛୋଟ କଥାକୁ ନେଇ ବଡ଼ ସଂଘର୍ଷ ଦେଖିବାକୁ ମିଳିବ । ଶନିଙ୍କ ସପ୍ତମ ଦୃଷ୍ଟି ଆପଣଙ୍କ ରାଶି ଉପରେ ପଡ଼ିବ । ସତର୍କତାର ସହ କାମ କରିବା ସାଙ୍ଗକୁ ଶନିଦେବଙ୍କ ବିଜମନ୍ତ୍ରର ଜାପ କରନ୍ତୁ ।

ଧନୁ ରାଶି: ସମ୍ପର୍କୀୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବ । ଘର ଲୋକଙ୍କ ମଧ୍ୟରେ ମାନସିକ ଚିନ୍ତା ଦେଖାଯିବ । ପ୍ରେମ ସମ୍ବନ୍ଧକୁ ନେଇ ଆପଣଙ୍କୁ ସଚେତନ ରହିବାକୁ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀ କାମ ବିଗାଡ଼ିବାକୁ ଚେଷ୍ଟା କରିବେ । ଅସୁବିଧା ଦୂର କରିବା ପାଇଁ ଶିବଙ୍କ ଆରଧନା କରନ୍ତୁ ।